ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ୧୦୦ଟି ବସ୍ ଷ୍ଟପରେ ଖୋଲିବ ଅସ୍ଥାୟୀ ମାର୍କେଟ। ଏହି ମାର୍କେଟ ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲା ରହିବ। ମାର୍କେଟରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିବ। ଏନେଇ ଭୁବନେଶ୍ଵର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏହି ମାର୍କେଟ ସାମଜିକ ଦୂରତା ରକ୍ଷା କରିବାକୁ ବିଏମ୍‌ସି ନିବେଦନ କରିଛି।

ଏହାସହ ଭୁବନଶ୍ଵରରେ ଆଉ ୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ଵର ମହାନଗର ନିଗମ। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ଵରରେ ଚିହ୍ନଟ ହୋଇଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳକୁ ସିଲ୍ କରାଯାଇଛି। ଏଥିପାଇଁ ସାଧାରଣ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ନିଷ୍ପତ୍ତି ନେଇଛି।

ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ହାଟମାନଙ୍କରେ ମଧ୍ୟ ଲୋକେ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଉନାହାନ୍ତି। ଏଥିପାଇଁ ହାଟଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରାଯାଇଛି।

corona

ରାଜ୍ୟାରେ ବର୍ତ୍ତମାନ ସୁଦ୍ଧା ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

Comment