ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ବନ୍ଧା ହେଲେ ଜଣେ ଯୁବକ। କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୧୪ ତାରିଖରେ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଅପ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡା ଟାଉନ ଥାନାରେ, ସହରର ଇମାମବାଡା ଗାଁର ଜଣେ ବ୍ୟକ୍ତି ଏହି ଆପତ୍ତିଜନକ ପୋଷ୍ଟ ସମ୍ପର୍କରେ ଅଭିଯୋଗ କରିଥିଲେ।

ଆଜି କେନ୍ଦ୍ରାପଡା ଟାଉନଥାନା ପୋଲିସ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁର ଜଣେ ଯୁବକଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଇଥିବା ଟାଉନଥାନା ଆଇଆଇସି ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ଆଇପିସି ୧୮୮, ୧୫୩-ଏ, ୨୯୫-ଏ, ୫୦୪, ୫୦୫ ଓ ଆଇଟି ଆକ୍ଟର ଆର୍‌/ଡବ୍ଲ୍ୟୁ ୬୬ ଏଫ୍‌ ଦଫାରେ ମାମଲା ରୁଜୁ ହୋଇଛି।

Comment