ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ୍ ରିସର୍ଚ୍ଚ (SAMEER) ସଂସ୍ଥା ଅଧୀନରେ ସାଇଣ୍ଟିଷ୍ଟ-ସି ଏବଂ ସାଇଣ୍ଟିଷ୍ଟ-ବି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆବେଦନ ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଲକଡାଉନ ଅବଧି ଶେଷ ହେବା ପରେ ଏହି ନିଯୁକ୍ତି ସମ୍ବନ୍ଧୀୟ ଆଗାମୀ ସୂଚନା ଦିଆଯିବ।
ଏହି ପଦବୀ ପାଇଁ ଆବେଦନ କରିସାରିଥିବା ପ୍ରାର୍ଥୀମାନଙ୍କୁ ଆଉଥରେ ଆବେଦନ କରିବାକୁ ପଡ଼ିବନି। କେବଳ ରେଜିଷ୍ଟ୍ରେସନ୍ କରିଥିବା ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ଚାଲୁ ହେଲେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା:
- ସାଇଣ୍ଟିଷ୍ଟ-ସି (MRF)- ୨ଟି ପଦବୀ
- ସାଇଣ୍ଟିଷ୍ଟ-ବି (MRF)- ୬ଟି ପଦବୀ
- ସାଇଣ୍ଟିଷ୍ଟ-ବି (EL) – ୧୭ଟି ପଦବୀ
- ସାଇଣ୍ଟିଷ୍ଟ-ବି (PHY) – ୨ଟି ପଦବୀ
- ସାଇଣ୍ଟିଷ୍ଟ-ବି (RP) – ଗୋଟିଏ ପଦବୀ
- ସାଇଣ୍ଟିଷ୍ଟ-ବି (AS) – ଗୋଟିଏ ପଦବୀ
ବୟସ:
- ସାଇଣ୍ଟିଷ୍ଟ-ବି – ୩୫ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)
- ସାଇଣ୍ଟିଷ୍ଟ-ସି – ୪୦ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)
ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବା ପରେ ଆବେଦନପତ୍ରର ପ୍ରିଣ୍ଟ ଆଉଟ୍ ଏବଂ ଅନ୍ୟ ସମସ୍ତ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।
ଠିକଣା- ଚେୟାରମ୍ୟାନ ରିକ୍ରୁଟମେଣ୍ଟ ଆଣ୍ଡ୍ ଆସେସମେଣ୍ଟ ବୋର୍ଡ, SAMEER, ପୋଷ୍ଟ ବକ୍ସ ନଂ- 8448, ଆଇ.ଆଇ.ଟି କ୍ୟାମ୍ପସ୍ ହିଲ୍ ସାଇଡ୍, ପୋଓ୍ୱାଇ ମୁମ୍ବାଇ 400076
ଅଧିକ ସୂଚନା ପାଇଁ sameer.gov.in ରେ ଲଗ୍ଇନ୍ କରନ୍ତୁ।