ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସାଇଟି ଫର୍ ଆପ୍ଲାଏଡ୍ ମାଇକ୍ରୋଓ୍ୱେଭ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଆଣ୍ଡ୍ ରିସର୍ଚ୍ଚ (SAMEER) ସଂସ୍ଥା ଅଧୀନରେ ସାଇଣ୍ଟିଷ୍ଟ-ସି ଏବଂ ସାଇଣ୍ଟିଷ୍ଟ-ବି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୩୦ ଯାଏଁ ଚାଲୁ ରହିବ।

ପଦବୀ ସଂଖ୍ୟା:

  • ସାଇଣ୍ଟିଷ୍ଟ-ସି (MRF)- ୨ଟି ପଦବୀ
  • ସାଇଣ୍ଟିଷ୍ଟ-ବି (MRF)- ୬ଟି ପଦବୀ
  • ସାଇଣ୍ଟିଷ୍ଟ-ବି (EL) – ୧୭ଟି ପଦବୀ
  • ସାଇଣ୍ଟିଷ୍ଟ-ବି (PHY) – ୨ଟି ପଦବୀ
  • ସାଇଣ୍ଟିଷ୍ଟ-ବି (RP) – ଗୋଟିଏ ପଦବୀ
  • ସାଇଣ୍ଟିଷ୍ଟ-ବି (AS) – ଗୋଟିଏ ପଦବୀ

SAMEER

ବୟସ:

  • ସାଇଣ୍ଟିଷ୍ଟ-ବି – ୩୫ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)
  • ସାଇଣ୍ଟିଷ୍ଟ-ସି – ୪୦ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଏପ୍ରିଲ୍ ୩୦ ଯାଏଁ ଅନଲାଇନ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ରର ପ୍ରିଣ୍ଟ ଆଉଟ୍ ଏବଂ ଅନ୍ୟ ସମସ୍ତ ଦରକାରୀ କାଗଜପତ୍ର ସହ ମେ ୧୫ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା- ଚେୟାରମ୍ୟାନ ରିକ୍ରୁମେଣ୍ଟ ଆଣ୍ଡ୍ ଆସେସମେଣ୍ଟ ବୋର୍ଡ, SAMEER, ପୋଷ୍ଟ ବକ୍ସ ନଂ- 8448, ଆଇ.ଆଇ.ଟି କ୍ୟାମ୍ପସ୍ ହିଲ୍ ସାଇଡ୍, ପୋଓ୍ୱାଇ ମୁମ୍ବାଇ 400076

ଅଧିକ ସୂଚନା ପାଇଁ sameer.gov.inରେ ଲଗ୍ଇନ୍ କରନ୍ତୁ।

source – www.chakiri.plus

Comment