ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ ଇତିହାସରେ ୧୮ ଏପ୍ରିଲ ବହୁତ ଗୁରୁତ୍ଵପୂର୍ଣ୍ଣ ଦିନ। ଏହି ଦିନ ୨୦୦୮ରେ ବେଙ୍ଗାଳୁରୁରେ ଆଇପିଏଲ ଆରମ୍ଭ ହୋଇଥିଲା। ଏହାର ପ୍ରଥମ ମ୍ୟାଚ ରାୟାଲ ଚାଲେଞ୍ଚର୍ସ ବେଙ୍ଗାଳୁରୁ ଓ କୋଲକାତା ନାଇଟ ରାଇଡର୍‌ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ କେକେଆର୍‌ ପକ୍ଷରୁ ବ୍ରେଣ୍ଡନ ମ୍ୟାକକୁଲମ ୭୩ ବଲ୍‌ରେ ଅପରାଜିତ ୧୫୮ ରନ୍‌ ଧୁଆଁଧାର ପାଳି ଖେଳିଥିଲେ।

ଆଇପିଏଲ୍‌ର ଏହି ପ୍ରଥମ ମ୍ୟାଚରେ ଗାଙ୍ଗୁଲିଙ୍କ ଅଧିନାୟକତ୍ଵରେ ଖେଳୁଥିବା କୋଲକାତା ଟିମ୍‌ ବେଙ୍ଗାଳୁରୁକୁ ୧୪୦ ରନ୍‌ରେ ପରାସ୍ତ କରିଥିଲା। ସେହି ସମୟରେ ବେଙ୍ଗାଳୁରୁର ଅଧିନାୟକ ଥିଲେ ରାହୁଲ ଦ୍ରାବିଡ।

୨୦୦୮ରୁ ଆରମ୍ଭ ହୋଇଥିବା ଏଭଳି ଧମାକାଦାର ଟୁର୍ଣ୍ଣାମେଣ୍ଟ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଆଇପିଏଲ୍‌ କରିବାକୁ ଲଳିତ ମୋଦୀ ନିଷ୍ପତ୍ତି ନେଇଥିଲେ। ଏହାପରେ ଦୀର୍ଘ ୧୨ ବର୍ଷ ପରେ ଆଇପିଏଲ ସାରା ବିଶ୍ଵରେ ବେଶ୍‌ ଲୋକପ୍ରିୟ ହୋଇ ପାରିଛି।

ଚଳିତ ବର୍ଷ ଆଇପିଏଲ୍‌ର ୧୩ତମ ସଂସ୍କରଣ ଖେଳାଯିବାର ଥିଲା। ହେଲେ କରୋନା ଯୋଗୁଁ ବର୍ତ୍ତମାନ ଏହା ଉପରେ ସଙ୍କଟ ଦେଖିବାକୁ ମିଳିଛି। ମାର୍ଚ୍ଚ ୨୯ରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Comment