ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯାଜପୁର ଜିଲ୍ଲାରେ ଚିହ୍ନଟ ହେଲେ ଆଉ ୫ ଜଣ କରୋନା ଆକ୍ରାନ୍ତ। ଏଥିସହ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୭ରେ ପହଞ୍ଚିଛି।

ସୋମବାର ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଏଥିମଧ୍ୟରୁ ଯାଜପୁର ବ୍ଲକର ୩ ଜଣ ହୋଇଥିବାବେଳେ ଜଣେ କୋରେଇ ଓ ଅନ୍ୟଜଣେ ଦଶରଥପୁର ବ୍ଲକର ବୋଲି ଜଣାପଡ଼ିଛି।

ଯାଜପୁର ଜିଲ୍ଲାରେ ଆଉ ପାଞ୍ଚ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାବେଳେ ଏବେ ବି ୬ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

corona

ଏପ୍ରିଲ୍ ୩ ତାରିଖରେ ବ୍ରହ୍ମବରଦା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଥିଲା। ଆକ୍ରାନ୍ତ ରହୁଥିବା ସ୍ଥାନ ବ୍ରହ୍ମବରଦା ଅଞ୍ଚଳକୁ ସିଲ୍ କରିବା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଇଥିଲା।

ଏହାପରେ ଏପ୍ରିଲ ୧୩ ତାରିଖରେ ଜିଲ୍ଲାରେ ଆଉ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୬୬ ବର୍ଷୀୟ ବ୍ୟକ୍ତି ଜଣକ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା। ଫଳରେ ଜିଲ୍ଲାରେ କରୋନା ମୁକାବିଲା କରିବା ଜିଲ୍ଲା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା।

ଏହାରି ମଧ୍ୟରେ ଜିଲ୍ଲାର ଜଣେ କରୋନା ପଜିଟିଭ୍ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଜଣେ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏବେ ଆଉ ୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬ ରେ ପହଞ୍ଚିଛି। ଜିଲ୍ଲାରେ ଏବେ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

Comment