ଓଡ଼ଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଟିଭିରେ ଭଗବାନ କୃଷ୍ଣଙ୍କ ଅବତାରରେ ବେଶ୍ ପରିଚିତ ହୋଇଛନ୍ତି ଏହି କଳାକର।
ଟିଭିରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରି ଅନେକ କଳାକାର ଲୋକପ୍ରିୟ ହୋଇଛନ୍ତି। କିନ୍ତୁ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନେ ତାଙ୍କ ନିଖୁଣ ଅଭିନୟ ପାଇଁ ଲୋକଙ୍କ ମନରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଅର୍ଥାତ ସେମାନେ ନିଜ ପ୍ରକୃତ ନାଁ ଅପେକ୍ଷା ଟିଭିର କୃଷ୍ଣଭାବେ ଅଧିକ ପରିଚିତ ହୋଇଛନ୍ତି। ଆସନ୍ତୁ ଜାଣିବା ସେମିତି ୩ ଜଣ କଳାକାରଙ୍କ ବିଷୟରେ…
ନୀତିଶ ଭରଦ୍ୱାଜ(ମହାଭାରତ, ୧୯୮୮)
୧୯୮୮ରେ ବି ଆର୍ ଚୋପ୍ରାଙ୍କ ସିରିଏଲ ମହାଭାରତରେ କୃଷ୍ଣ ସାଜିଥିଲେ ଅଭିନେତା ନୀତିଶ ଭରଦ୍ୱାଜ। ତାଙ୍କ ହସ ହସ ମୁହଁ ଆଉ ଦକ୍ଷ ଅଭିନୟ ପାଇଁ ଲୋକେ ତାଙ୍କ ଭଗବାନ କୃଷ୍ଣ ଭାବି ପୂଜା କରିବାକୁ ଲାଗିଥିଲେ। ଆଜି ବି ଦର୍ଶକ ତାଙ୍କୁ କୃଷ୍ଣ ଭାବେ ମନେ ରଖିଛନ୍ତି। ମହାଭାରତ ପରେ ଅନ୍ୟ ସିରିଏଲ ଓ ଫିଲ୍ମ ସେ କାମ କରିଥିଲେ ବି କୃଷ୍ଣ ଛବି ଲୋକଙ୍କ ମନରୁ ଲିଭି ନାହିଁ।
ସୌରଭ ଜୈନ, ସିରିଏଲ: (ମହାଭାରତ, ୨୦୧୩)
୨୦୧୩ରେ ଷ୍ଟାରପ୍ଲସରେ ପ୍ରସାରିତ ଏହି ସିରିଏଲରେ ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ସୌଭ ଜୈନ। ଏହି ସୋ’କୁ ଦର୍ଶକମାନେ ଢେର ଭଲ ପାଇବା ଦେଇଥିଲେ। ଏଥିରେ ସୌରଭଙ୍କ ଗେଟଅପ୍, ନିଖୁଣ ଅଭିନୟ ଓ ଡାଇଲଗ୍ ପରିବେଷଣକୁ ଲୋକଙ୍କ ଭଲ ପାଇବା ମିଳିଥିଲା। ଏହି ସିରିଏଲ ପୂର୍ବରୁ ସୌରଭ ମୋତି ସାଗରଙ୍କ ସୋ’ ‘ଜୟ ଶ୍ରୀକୃଷ୍ଣ’ରେ ଭଗବାନ ବିଷ୍ଣୁଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ।
ସୁମେଦ୍ ମୁଦଗାଲକର – ସିରିଏଲ: (ରାଧାକୃଷ୍ଣ ,୨୦୧୮)
ଦୁଇ ବର୍ଷ ଧରି ଷ୍ଟାର ଭାରତରେ ପ୍ରସାରିତ ହେଉଥିବା ଏହି ସିରିଏଲର ସୁଟିଂ ବର୍ତ୍ତମାନ ଅଟକି ରହିଛି। ଏହି ସୋ’ରେ ସୁମେଦ ମୁଦଗାଲକର ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିରିଏଲ ଅଭିନେତା ସୁମେଦଙ୍କ ଏକ ନୂଆ ପରିଚୟ ଦେଇଛି। ପୂର୍ବରୁ ସିରିଏଲରେ କାମ କରିଥିଲେ ବି ସୁମେଦଙ୍କୁ ଏହି ସିରିଏଲରୁ ଦର୍ଶକଙ୍କ ଭଲପାଇବା ମିଳିଛି।