ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭଦ୍ରକ ଜିଲ୍ଲାରେ ଆଉ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କେବଳ ବାସୁଦେବପୁର ଅଞ୍ଚଳରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି।

ବାସୁଦେବପୁର ଗ୍ରାମ ପଞ୍ଚାୟତର ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତଲ ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିଭଳି ଖରିଡ଼ା ବିନାୟକପୁର, ଗୁଆଗଡ଼ିଆ, ଲକ୍ଷ୍ମୀଦାସପୁର, ବାଲିମେଡ ଓ ଅଧୁଆଁ ଗ୍ରାମ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି।

corona

ଏହି ୯ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ଥିବା ପଦ୍ମପୁର, ରୁକୁଣାଦେଇପୁର, କପାଗଡ଼ିଆ, ଉରନିଆ, ଲୁଙ୍ଗା, କାଞ୍ଜିଖିଆ, କଲ୍ୟାଣପୁର ଓ ଏରତଲା ଗ୍ରାମକୁ ସିଲ୍ କରିଦିଆଯାଇଛି। ଏହାସହ ଖରିଡ଼ା ବିନାୟକପୁର, ବଗଡ଼, ବିନାୟକପୁର, କମାରଗାଁ, ଚିରୋଳ, ଅଯୋଧ୍ୟା, ଖେମପୁର, ଲକ୍ଷ୍ମୀଦାସପୁର, ଜଗନ୍ନାଥପୁର, ଜିଗିନିପୁର ଓ ଅଧୁଆଁ ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯଆଇଛି।

ସାଧାରଣ ଲୋକମାନଶଙ୍କୁ ଗାଁରେ ପ୍ରବେଶ ନିଷେଧ କରାଯାଇଛି। ଏଥିସହ ଗାଁରୁ କେହି ବି ବାହାରକୁ ବାହାରି ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଲୋକମାନେ ସମସ୍ତେ ଘରେ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

Comment