ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ମହାଭାରତରେ ବସ୍ତ୍ରହରଣ ସିନ୍ ସୁଟ୍ ବେଳେ ସେଟରେ କାନ୍ଦିଥିଲେ ସୋ’ର ଦ୍ରୌପଦୀ ରୁପା ଗାଙ୍ଗୁଲି।
ବି.ଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ମହାଭାରତ ହେଉଛି ଟିଭି ଇତିହାସରେ ଏକ ଅନ୍ୟତମ ସଫଳ ସୋ’। ଏଥିରେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିଥିବା ରୁପା ଗାଙ୍ଗୁଲିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ଦ୍ରୌପଦୀଙ୍କ ଭୂମିକାରେ ନିଖୁଣ ଅଭିନୟ କରିଥିଲେ। ଏବେ ଆସନ୍ତୁ ଜାଣିବା ଏହି ସୋ’ ଓ ରୁପା ଗାଙ୍ଗୁଲିଙ୍କ ସହ ଜଡ଼ିତ ଗୋଟିଏ ଖାସ୍ କଥା।
ମହାଭାରତରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଗୁରୁତ୍ୱପୂର୍ଣ୍ଣ ସିନ୍ ଥିଲା। ଏହି ସିନ୍ କରିବା ରୁପା ଗାଙ୍ଗୁଲି ପାଇଁ କିନ୍ତୁ ସହଜ ନଥିଲା। ସେଥିପାଇଁ ସୁଟିଂ ପୂର୍ବରୁ ରୂପା ଗାଙ୍ଗୁଲି ବି ଆର୍ ଚୋପ୍ରା ସିନ୍ ବିଷୟରେ ବୁଝାଇଥିଲେ।
ଜଣେ ନାରୀକୁ ଯେତେବେଳେ କେହି କେଶ ଧରି ସଭା ମଧ୍ୟକୁ ଆଣେ ଓ ତା ବସ୍ତ୍ର ହରଣ କରେ ସେତେବେଳେ ସେହି ନାରୀର ପ୍ରତିକ୍ରିୟା କ’ଣ ହେବ ତା’ ବି ଆର ଚୋପ୍ରା ରୁପାଙ୍କୁ ବୁଝାଇଥିଲେ। ଅଭିନୟକୁ ବାସ୍ତବ ରୂପ ଦେବାକୁ କହିଥିଲେ। ଏହି ସିନ ଏତେ ଯନ୍ତ୍ରଣାଦାୟକ ଥିଲା ଯେ ରୁପା ସୁଟିଂ ସେଟରେ କାନ୍ଦିଥିଲେ। ତାଙ୍କ ସମ୍ଭାଳିବା କଷ୍ଟ ହୋଇଥିଲା। ନିର୍ମାତା ଏବଂ ବାକି ଷ୍ଟାର କାଷ୍ଟ ତାଙ୍କୁ ଚୁପ୍ କରିବା ପାଇଁ ଅଧ ଘଣ୍ଟା ସମୟ ଲାଗିଥିଲା|

















