ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭଦ୍ରକରେ ଖୋଲିବ ଢାବା ଓ ବହି ଦୋକାନ। କରୋନା କଟକଣା ଥିବା ସତ୍ତ୍ୱେ ଜିଲ୍ଲାପାଳ ବୁଧବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକର ରାନିତାଲଠାରୁ ଆଖୁଆପଦା ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ଥିବା ଢାବାଗଡ଼ିକ ଖୋଲିପାରିବ। ଏଥିପାଇଁ କୌଣସି କଟକଣା ନାହିଁ। ତେବେ ଲୋକମାନେ ଏଠାରେ ବସି ଖାଇପାରିବେ ନାହିଁ। କେବଳ ପାର୍ସଲ ନେଇ ଅନ୍ୟ ଜାଗାରେ ଖାଇପାରିବେ ବୋଲି ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶ ଜାରି କରିଛି। ସେହିଭଳି ପ୍ରତ୍ୟେକ ଢ଼ାବାରେ ଟଏଲେଟ୍ ସୁବିଧା ରହିବା ଦରକାର। ଏଥିସହିତ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରତ୍ୟେକ କାମ ହେବା ଦରକାର ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

corona

ଅନ୍ୟପଟେ ଜିଲ୍ଲାର ସମସ୍ତ ବହି ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିପାରିବ। କେବଳ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକର ବହି ଦୋକାନକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନରେ ଥିବା ବହି ଦୋକାନଗୁଡ଼ିକ ବର୍ତ୍ତମାନ ଖୋଲପାରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଭଦ୍ରକରେ ବର୍ତ୍ତମାନ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱର ପରେ ଭଦ୍ରକ ହେଉଛି ଏବେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲା। ଯେଉଁ କାରଣରୁ ଜିଲ୍ଲାର ବିଭିନ୍ନ ବ୍ଲକକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିବା ସହିତ ସେଠାକୁ ଯିବାଆସିବା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। ତେବେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ରାସ୍ତାକଡ଼ ଢ଼ାବା ଓ ବହି ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Comment