ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭଦ୍ରକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁରର ୪୦ ବର୍ଷିୟ ଯୁବକ। ନିକଟରେ ସେ କୋଲକାତାରୁ ଫେରି ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିଥିଲେ। ଏହାସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।

ଗତ ୪ଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ଵର ଅପେକ୍ଷା ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଏହି ୩ଟି ଜିଲ୍ଲାକୁ ରାଜ୍ୟ ସରକାର ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

corona

ବର୍ତ୍ତମାନ ଭୁବନେଶ୍ଵରରେ ୪୬ ଆକ୍ରାନ୍ତରୁ ୨୨ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ବାଲେଶ୍ଵରରେ ୧୦, ଭଦ୍ରକରେ ୧୨ ଓ ଯାଜପୁରରେ ୧୨ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି।

ଏହାସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍‌ ୩୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହ ରାଜ୍ୟରେ ୫୩ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ଜଣକର ମୃତ୍ୟୁ ହୋଇଛି।

Comment