ଡାକ୍ତର ଧରଣୀଧର ପାଣ୍ଡବ

ଗଳାରେ ହେଉଥିବା ଜଡ଼ପିଣ୍ଡର ନାମ ହେଉଛି ଗଳଗ୍ରନ୍ଥି ବା ଗଳଗଣ୍ଡ। ଥାଇରଏଡ ନାମକ ଏକ ଗ୍ରନ୍ଥିର ଅସାଧାରଣ ବୁଦ୍ଧ ଯୋଗୁଁ ଏହା ହୋଇଥାଏ। ଅତି ଗଳଗ୍ରନ୍ଥି ହେଉଛି ଏପରି ଏକ ଅବସ୍ଥା ଯେଉଁ ଅବସ୍ଥାରେ କି ଥାଇରଏଡ୍‌ ଅତ୍ୟଧିକ ପରିମାଣର ହରମୋନ ତିଆରି କରେ। ଏହି ଥାଇରଏଡ୍ ବା ଗଳଗ୍ରନ୍ଥି ଆମର ବେକ ସିଧାରେ ରହିଥାଏ। ଏହା ଆମର ବିପାକ କ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଯେଉଁ କ୍ରିୟାରେ ଖାଦ୍ୟକୁ ଏନର୍ଜିରେ ପରିବର୍ତ୍ତନ କରାଯାଇଥାଏ। ଏହାଛଡ଼ା ଏହା ହୃତପିଣ୍ଡ, ମାଂସପେଶୀ, ହାଡ଼ ଓ କୋଲେଷ୍ଟ୍ରଲକୁ ମଧ୍ୟ ପ୍ରଭାବିତ କରିଥାଏ।

ଅତ୍ୟଧିକ ପରିମାଣର ଗଳଗ୍ରନ୍ଥି ହରମୋନ କାରଣରୁ ବ୍ୟକ୍ତି ଶୀଘ୍ର ଓଜନ ହରାଇ ବସେ, ଦୃତ ହୃଦସ୍ପନ୍ଦନ ହୁଏ, ପ୍ରଚୁର ପରିମାଣରେ ସ୍ୱେଦ ନିର୍ଗତ ହୁଏ, ନର୍ଭସ ଲାଗେ ଓ ଅସ୍ଥିର ଅନୁଭବ ହୁଏ। କିମ୍ବା ଆଦୌ ଲକ୍ଷଣ ପରିଲକ୍ଷିତ ହୋଇନଥାଏ। ଜଣେ ସୁସ୍ଥ ଲୋକ କ୍ଷେତ୍ରରେ ଗଳଗ୍ରନ୍ଥି ଉଚିତ ପରିମାଣର ଦୁଇଟି ହରମୋନ ନିର୍ମାଣ କରାଇଥାଏ। ଏହି ୨ଟି ହେଉଛି ଟି-୩ ଓ ଟି-୪।  ଏହି ୨ଟି ହରମୋନ ସମଗ୍ର ଶରୀରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥା’ନ୍ତି। ଶରୀରର ବିଭିନ୍ନ ପ୍ରକାରର ବିପାକ କ୍ରିୟାକୁ ଏହି ୨ ହରମୋନ ନିୟନ୍ତ୍ରିତ କରିଥାଏ। ଏପରି କି କେତେ କ୍ୟାଲୋରୀ ଆମେ ବ୍ୟବହାର କରୁଛୁ, କେତେ ଉଷ୍ମତା ଅନୁଭବ କରୁଛୁ ଓ କେତେ ଓଜନ ଏ ସବୁକୁ ପ୍ରଭାବିତ କରିଥାଏ। ସ୍ୱଳ୍ପରେ କହିବାକୁ ଗଲେ ଗଳଗ୍ରନ୍ଥି ଆମ ବିପାକ କ୍ରିୟାକୁ ଚଳାଇଥାଏ। ଏହି ହରମୋନ ୨ଟିର ମଧ୍ୟ ଆମ ଶରୀରର ଅଧିକାଂଶ ଅଂଗ ସହ ସିଧାସଳଖ ପ୍ରଭାବ ରହିଛି। ଆମର ହୃତପିଣ୍ଡର ଦ୍ରୁତ ସ୍ପନ୍ଦନ ମଧ୍ୟ ଗଳଗ୍ରନ୍ଥି ହରମୋନ ପ୍ରଭାବରୁ ହୋଇଥାଏ।

ଅତି ଗଳଗ୍ରନ୍ଥିର କାରଣ?

ଏହାର ସଠିକ୍ କାରଣ କ’ଣ ଏପର୍ଯ୍ୟନ୍ତି ଜଣାପଡ଼ିନି। ତେବେ ଡାକ୍ତରମାନେ ଅନୁମାନ କରିଛନ୍ତି ଯେ ଗଳଗ୍ରନ୍ଥି ପାଇଁ ଆମର ଇମ୍ୟୁନ ସିଷ୍ଟମ ଦାୟୀ। ଏହି ଅବସ୍ଥା ବେଳେବେଳ ସଂକ୍ରମଣ କିମ୍ବା ପ୍ରସବ ପରେ ଜ୍ଞାତ ବା ପରିଦୃଶ୍ୟ ହୁଏ। ଏହି ସମସ୍ୟାଟି ମହିଳା ଓ ବଂଶାନୁକ୍ରମିକ ଭାବେ ରହି ଆସିଥିବା ପରିବାର ଲୋକଙ୍କ କ୍ଷେତ୍ରରେ ଅତି ସାଧାରଣ। ସାଂଘାତିକ ରୋଗରେ ଶରୀରର ପ୍ରାକୃତିକ ପ୍ରତିରକ୍ଷା ବିଭାଗ ଗଳଗ୍ରନ୍ଥିକୁ ଆକ୍ରମଣ କରିଥାଏ। ଗଳଗ୍ରନ୍ଥି ଅତ୍ୟଧିକ ପରିମାଣରେ ହରମୋନ ନିର୍ମାଣ କରି ପ୍ରତିରୋଧ କରିଥାଏ। ବେଳେବେଳେ ଗଳଗ୍ରନ୍ଥି ଫୁଲା କାରଣରୁ ବା ଗଳଗ୍ରନ୍ଥିରେ କ୍ଷୁଦ୍ର ବୃଦ୍ଧି କାରଣରୁ ଅତି ଗଳଗ୍ରନ୍ଥି ହୋଇଥାଏ। ଏହାକୁ ଗଳଗ୍ରନ୍ଥି ପିଣ୍ଡ ବୋଲି କୁହାଯାଏ।

ଅତି ଗଳଗ୍ରନ୍ଥିର ଲକ୍ଷଣ

ନିମ୍ନ ଲିଖିତ ଲକ୍ଷଣଗୁଡ଼ିକ ଅତି ଗଳଗ୍ରନ୍ଥିରେ ଦେଖାଯାଇଥାଏ। ଏପରିକି ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଅନୁଭବ କରିଥାନ୍ତି। ଲକ୍ଷଣରେ ଅନ୍ତର୍ଭୁକ୍ତ ଅନୁଭବଗୁଡ଼ିକ ହେଉଛି

  • ବିଚଳିତ ଭାବ
  • ଚିଡ଼ିଚିଡ଼ା ଭାବ
  • ଅଧିକ ସ୍ୱେଦ ନିର୍ଗତ
  • ଚର୍ମ ପତଳା ପଡ଼ିବା
  • ଉକୃଷ୍ଟ, ଭଙ୍ଗୁର କେଶ
  • ଦୁର୍ବଳ ହାତ
  • ଦ୍ରୁତ ହୃଦ୍‌ସ୍ପନ୍ଦନ
  • ଉଚ୍ଚ ରକ୍ତଚାପ
  • ଅନ୍ତନଳୀ ଗତିବୃଦ୍ଧି
  • ଓଜନ ହ୍ରାସ
  • ନିଦ୍ରା ସମସ୍ୟା
  • ଆଲୋକକୁ ଚକ୍ଷୁ ସ୍ପର୍ଶକାତରତା
  • ବିସ୍ତାରିତ ଚାହାଣୀ
  • ବିଭ୍ରାନ୍ତି
  • ମାସିକ ଋତୁଚକ୍ର ଅନିୟମିତତା

ଗଳଗ୍ରନ୍ଥିର ଲକ୍ଷଣ ମଧ୍ୟ ଏକା ଭଳି ଅନ୍ୟ ପରିସ୍ଥିତି ଓ ମେଡିକାଲ ସମସ୍ୟା ସୃଷ୍ଟି କରିପାରେ। ଏଣୁ ସର୍ବଦା ଏହି ରୋଗର ନରୂପଣ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ଆପଣଙ୍କଠାରେ ଏହିସବୁ ଲକ୍ଷଣ ମଧ୍ୟରୁ କୌଣସି ଗୋଟିଏ ଥାଏ, ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ବିନା ଚିକିତ୍ସାରେ ଅତି ଗଳଗ୍ରନ୍ଥି ହାର୍ଟ ସମସ୍ୟା, ହାଡ଼ ସମସ୍ୟା ଓ ଗଳଗ୍ରନ୍ଥି ଷ୍ଟର୍ମ ଅବସ୍ଥା ସୃଷ୍ଟି କରିପାରେ।

କିପରି  ନିରୂପଣ ହେବ

ଡାକ୍ତର ପରାମର୍ଶ କ୍ରମେ ନିଜ ଶରୀରର ପରୀକ୍ଷା କରାଇ ନିଅନ୍ତୁ। ବେଳେବେଳେ ଅନ୍ୟକିଛି ରୋଗର ପରୀକ୍ଷା କରାଉଥିବା ବେଳେ ଅତି ଗଳଗ୍ରନ୍ଥି ଚିହ୍ନା ପଡ଼ିଥାଏ। ଗଳଗ୍ରନ୍ଥିର କାର୍ଯ୍ୟବଳୀକୁ ଲାବୋରୋଟୋରୀ ପରୀକ୍ଷଣ ଦ୍ୱାରା ମୂଲ୍ୟାୟନ କରାଯାଇଥାଏ। ଏହାଦ୍ୱାରା

ସେରମ ଟିଏସଏଚ ସାଧାରଣତଃ ହ୍ରାସ ପାଇଥାଏ।

ଟି-୩ ଏବଂ ଫ୍ରି ଟି-୪ ବିକଶିତ ହୋଇଥାଏ।

ଗଳଗ୍ରନ୍ଥି ସ୍କାନ

ଏହି ଟେଷ୍ଟ ଗଳଗ୍ରନ୍ଥିର କାର୍ଯ୍ୟ ସମ୍ପାଦନକୁ ମାପିଥାଏ।

୨୪ ଘଣ୍ଟିଆ ପରସ୍ରା ପରୀକ୍ଷଣ।

ଏହି ଟେଷ୍ଟ ଦିନ ସାରାର ଉତ୍ପାଦିତ ପରିସ୍ରାକୁ ଆବଶ୍ୟକ କରିଥାଏ। ଏହା ସହିତ ରାତ୍ରୀକାଳୀନ ପରିସ୍ରା ଟେଷ୍ଟର ଆରମ୍ଭରେ ଆପଣଙ୍କୁ ଏକ ରାଡିଓ ଆୟୋଡିନ ମେଡିସିନ ଖାଇବାକୁ ଦିଆଯିବ। ୨୪ଘଣ୍ଟା ପରେ ରାଡିଓ ଆୟୋଡିନର ପରିମାଣ ଆପଣଙ୍କ ପରିସ୍ରାରେ ଲାବ୍ ଟେଷ୍ଟରୁ ଜଣାପଡ଼ିବ।

ଜଟିଳତା

  • ହୃଦ୍ ସମ୍ବନ୍ଧୀୟ ଜଟିଳତା ଅନ୍ତର୍ଗତ ସମସ୍ୟାଗୁଡ଼ିକ ହେଉଛି ଦ୍ରୁତ ହୃଦ୍‌ସ୍ପନ୍ଦନ, ରକ୍ତ ସଞ୍ଚାଳନ ଅବରୋଧକ ହୃଦ୍ ବିଫଳତା।
  • ଗଳଗ୍ରନ୍ଥି ସଂକଟ କିମ୍ବା ଆକ୍ରମଣ ଅତି ଗଳଗ୍ରନ୍ଥିର ଲକ୍ଷଣଗୁଡ଼ିକୁ ଅଧିକ ମନ୍ଦ ଦିଗକୁ ଟାଣି ନେଇଥାଏ। ଯାହାଫଳରେ ସଂକ୍ରମଣ ଓ ଚାପ ସଂଘଟିତ ହୁଏ। ଏହାଯୋଗୁଁ ଜ୍ୱର, ତଳିପେଟ ଯନ୍ତ୍ରଣା, ମନର ଚଞ୍ଚଳତା ହ୍ରାସପାଏ। ଏହି ଲକ୍ଷଣ ତୁରନ୍ତ ଚିକିତ୍ସାର ନିର୍ଦ୍ଦେଶ କରିଥାଏ।
  • ଅତି ଗଳଗ୍ରନ୍ଥି ଅଷ୍ଟିଓପୋରୋସିସର ଜଟିଳତା ବୃଦ୍ଧି କରାଏ।
  • ସର୍ଜରୀ ସମ୍ବନ୍ଧୀୟ ଜଟିଳତା ଅନ୍ତର୍ଗତ ସମସ୍ୟାଗୁଡ଼ିକ ହେଉଛି ବେକରେ କ୍ଷତ ଚିହ୍ନ, ସ୍ୱର ପେଟିକାରେ ସ୍ନାୟୁ ନଷ୍ଟ କାରଣରୁ ନିମ୍ନସ୍ତରୀୟ କ୍ୟାଲସିୟମ ସ୍ତର ଦେଖାଯାଏ।
  • ଗଳଗ୍ରନ୍ଥି ହରମୋନର ପୁନଃସ୍ଥାପନ ସହ ଜଟିଳତା ଜଡ଼ିତ ରହିପାରେ। ଯଦି ଅତି ଅଳ୍ପ ହରମୋନ ପ୍ରୟୋଗ କରାଯାଏ, ତେବେ ଅସକ୍ରିୟ ଗଳଗ୍ରନ୍ଥି ଲକ୍ଷଣରେ କ୍ଲାନ୍ତି, କୋଲେଷ୍ଟ୍ରଲ ବୃଦ୍ଧି, ମୃଦୁ ଓଜନ ଲାଭ, ଡ଼ିପ୍ରେସନ ଓ ମାନସିକ ଏବଂ ଶାରୀରିକ କାର୍ଯ୍ୟ କ୍ଷମତାରେ ଧିର ଭାବ।

Comment