ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ

କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଏହାରି ମଧ୍ୟରେ ବାହାରେ ଫସି ରହିଥିବା ଶ୍ରମିକମାନେ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଚେନ୍ନାଇରେ ଫସି ରହିଥିବା କିଛି ଓଡ଼ିଆ ଶ୍ରମିକ ଘରକୁ ଫେରିବା ପାଇଁ ୨ ଲକ୍ଷ ଟଙ୍କାର ଡଙ୍ଗା କିଣିଥିଲେ। ପରେ ସମୁଦ୍ରରେ ୫ ଦିନର ଯାତ୍ରା କରି ଗଞ୍ଜାମରେ ପହଞ୍ଚିଛନ୍ତି। ସେମାନଙ୍କୁ କ୍ଵରେଣ୍ଟାଇନରେ ରଖାଯାଇଛି।

ଗଞ୍ଜାମ ଜିଲ୍ଲାର କିଛି ଲୋକ ତାମିଲନାଡୁର ଚେନ୍ନାଇରେ ରହି କାମ କରୁଥିଲେ। କୋରନା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ସେମନାଙ୍କ କାମ ବନ୍ଦ ହୋଇଯାଇଥିଲା। ପାଖରେ ଟଙ୍କା ମଧ୍ୟ ନଥିଲା। ଘରକୁ ଫେରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫେରି ପାରିନଥିଲେ। ପରେ ସେମାନେ ସମୁଦ୍ର ମଧ୍ୟ ଦେଇ ଘରକୁ ଫେରିବାକୁ ଚିନ୍ତା କରିଥିଲେ।

ପରେ ସେମାନେ ଘରକୁ ଫେରିବା ପାଇଁ ଏକ ଡବଲ୍‌ ଇଞ୍ଜିନ ବୋଟ୍‌ କିଣିଥିଲେ। ୨୧ ତାରିଖ ଦିନ ସମୁଦ୍ର ମଧ୍ୟ ଦେଇ ସେମାନେ ବାହାରିଥିଲେ। ହେଲେ ଅଧା ସମୁଦ୍ରରେ ବୋଟ୍‌ର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଥିଲେ। ଏଭଳି ୫ ଦିନ ଯାତ୍ରା କରିବା ପରେ ସେମାନେ ୨୫ ତାରିଖରେ ଗଞ୍ଜାମ ଉପକୂଳରେ ପହଞ୍ଚିଥିଲେ।

ସେମାନେ ପହଞ୍ଚିବା ପରେ ଟିକିରି ସୋନାପୁର ସାମୁଦ୍ରିକ ଥାନା, ତହସିଲଦାର, ବିଡିଓ ପହଞ୍ଚି ଉଦ୍ଧାର କରିଥିଲେ। ସେମାନଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ଏହାସହ ସେମାନଙ୍କ ନମୁନା ଟେଷ୍ଟ ପାଇଁ ପଠାଯିବ।

ପୂର୍ବରୁ ମଧ୍ୟ ୧୫ ଜଣ ଯୁବକ ଏକ ବୋଟ୍‌ରେ ପାତିସୁନାପୁର ଗାଁରେ ପହଞ୍ଚିବା ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଇଚ୍ଛାପୁର ପୋଲିସ ହାତରେ ଧରାଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା।

Comment