ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗୀର ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ଏହି ବ୍ରିଜର ନିର୍ମାଣ କରାଯାଉଥିଲା। ତେବେ ବ୍ରିଜର ଗୋଟିଏ ପିଲର ମରାମତି କରାଯାଉଥିବାବେଳେ ଏହା ଭୁଶୁଡ଼ି ପଡ଼ିଛି। ବ୍ରିଜଟି ଭୁଶୁଡ଼ିବା ସମୟରେ ସେଠାରେ ଦୁଇଜଣ ଲୋକ କାମ କରୁଥିଲେ। ଏହି ଶ୍ରମିକ ବ୍ରିଜ ତଳେ ଚାପିହୋଇ ରହିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି।

Comment