ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବଲାଙ୍ଗିର ଲେଖାରିଆ ଗାଁର। ସେମାନେ ନିକଟରେ ତାମିଲନାଡୁରୁ ଫେରିଥିଲେ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଯୁବକଙ୍କ ବୟସ ଯାଥାକ୍ରମେ ୨୨ ଓ ୧୮। ସେମାନେ ନିକଟରେ ତାମିଲନାଡୁରୁ ଫେରିଥିବା ସୂଚନା ମିଳିଛି। ଉଭୟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଏହି ଦୁଇ କରୋନା ଆକ୍ରାନ୍ତଙ୍କ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ହୋଇଛି। ଅନ୍ୟପକ୍ଷରେ ଏଯାଏଁ ୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ସକାଳେ ବାଲେଶ୍ଵର ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ଗୋଟିଏ ଦିନରେ ୩ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି। ରାଜ୍ୟରେ ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲା ରେଡ୍‌ ଜୋନରେ ରହିଛି।

Comment