ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନକୁ ନେଇ ସବୁଠୁ ବଡ଼ ଖବର। ମେ’ ୪ରୁ ଆଉ ୨ ସପ୍ତାହ ପାଇଁ ପୁଣି ବଢ଼ିଲା ଲକ୍‌ଡାଉନ୍‌ ଅବଧି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସହ ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି।

ଏହି ଲକ୍‌ଡାଉନ୍‌ ମେ’ ମାସ ୧୭ ତାରିଖ ଯାଏଁ ରହିବ। ଏହାସହ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ କଟକଣା କୋହଳ କରିବା ପାଇଁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପୂର୍ବ ଲକ୍‌ଡାଉନ୍‌ ଅନୁଯାୟୀ ମେ’ ଯାଏଁ ଲକ୍‌ଡାଉନ୍‌ ରହିଛି।

ଏହି ଲକ୍‌ଡାଉନ୍‌ ବେଳେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଜିମ୍‌, ହୋଟେଲ ରେଷ୍ଟୁରାଣ୍ଟ, ସିନେମା ହଲ୍‌, ମଲ୍‌ ସବୁ ପୂର୍ବ ପରି ବନ୍ଦ ରହିବ।

ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୩୬୫ରେ ପହଞ୍ଚିଛି। ଏହାସହ ୯ ହଜାର ୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୫୨ ଜଣଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଦେଶରେ ୨୫ ହଜ ୧୪୮ କେସ୍‌ ସକ୍ରିୟ ରହିଛି।

Comment