ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ୧୫ଟି ଜିଲ୍ଲାରେ ଭୟ ସୃଷ୍ଟି କରିସାରିବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିଛି କରୋନା ଭାଇରସ୍। ରବିବାର ଜିଲ୍ଲାରୁ ଦୁଇ ଜଣ ସୁରଟ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଯୁବକଙ୍କ ବୟସ ଯଥାକ୍ରମେ ୧୭ ବର୍ଷ ଓ ୨୨ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ ଏହି ଦୁଇଜଣ ସୁରଟ ଫେରନ୍ତା ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରବିବାର ଗଞ୍ଜାମ ସହିତ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ। ସେଥିମଧ୍ୟରୁ ୫୬ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଏବେ ରାଜ୍ୟରେ ୧୦୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here