ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତର ପ୍ରମୁଖ ସହର ଦିଲ୍ଲୀ ଓ ମୁମ୍ଵାଇରେ ଲଗାତାର ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏଠାରେ କାହିଁକି ଅନ୍ୟ ରାଜ୍ୟ ତୁଳନାରେ ଏତେ ପରିମାଣରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି? ଏହାର କାରଣ କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ତାଙ୍କ କହିବାନୁଯାୟୀ ଏହି ଦୁଇ ସହରର ଲୋକେ ଲକ୍‌ଡାଉନ୍‌ ନିୟମକୁ ଠିକ୍‌ରେ ପାଳନ କରୁ ନାହାନ୍ତି, ସେଥିପାଇଁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ମୁଁ ଭାବୁଛି ଦିଲ୍ଲୀ ଓ ମୁମ୍ଵାଇ ଭଳି ସହରରେ ଲୋକମାନେ ଲକ୍‌ଡାଉନ୍‌ ନିୟମକୁ ପାଳନ କରୁନାହାନ୍ତି। ହେଲେ ଗ୍ରାମାଞ୍ଚଳ ଲୋକେ ଏହାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି।

ଦେଶର ୨୦ ପ୍ରତିଶତ କରୋନା ରୋଗୀ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ଏଯାଏଁ ୮,୬୧୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ଏଠାରେ ୩୪୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ଏପର୍ଯ୍ୟନ୍ତ ୪,୫୪୯ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ରବିବାର ଗୋଟିଏ ଦିନରେ ଏଠାରେ ୪୨୭ ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଥିଲା।

ଏହାସହ ବିଦେଶରୁ ଅଧିକ ଲୋକ ପ୍ରଥମେ ଦିଲ୍ଲୀ ଓ ମୁମ୍ଵାଇକୁ ଆସିଥାନ୍ତି ଏହା ମଧ୍ୟ ଏଠାରେ କରୋନା ବ୍ୟାପିବାର ଏକ କାରଣ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Comment