ଓଡ଼ିଶାଲାଇଭ୍‌ ବ୍ୟୁରୋ

ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ଜନସାଧାରଣଙ୍କୁ ଅପିଲ କରିଛନ୍ତି।

ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ରେ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। କେବଳ ଜରୁରୀ କାମରେ ଆସୁଥିବା ଲୋକଙ୍କୁ ଛଡ଼ାଯିବ। ବିନା କାମରେ ଏହି ସମୟରେ ଘରୁ ବାହାରକୁ ବାହାରିଲେ ଗ୍ରହଣ କରାଯିବ ନାହିଁ। ଏହି ସମୟରେ ସମସ୍ତେ ଘରେ ରହିବାକୁ ପୋଲିସ କମିସନର ଅନୁରୋଧ କରିଛନ୍ତି।

କେବଳ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଏହି ସମୟ ଛଡ଼ାଯିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଛଡ଼ାଯିବ। ଆଜିଠାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମ ଲାଗୁ କରାଯାଇଛି। ମେ’ ୧୭ ଯାଏଁ ଏହି ନିୟମ ବଳବତ୍ତର ରହିବ।

Comment