ଓଡ଼ିଶାଲାଇଭ୍ କରୋନା‌ ବ୍ୟୁରୋ

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୧୮ ବର୍ଷିୟ ବାଳକ। ସେ ନିକଟରେ ସୁରଟରୁ ଫେରି କ୍ଵାରେଣ୍ଟାଇନ୍‌ରେ ଥିଲେ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା। ବର୍ତ୍ତମାନ ସୁରଟ ଫେରନ୍ତା ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି।

ରାଜ୍ୟରେ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ସେହିପରି ୬୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୯ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here