ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ ପାଇଁ ବିହାରରେ ନିଜ ଗାଁରେ ଅଛନ୍ତି ହିନ୍ଦୀ ସିରିଏଲର ଜଣାଶୁଣା ଅଭିନେତ୍ରୀ ରତନ ରାଜପୁତ। ଗାଁରେ ଥିଲେ ବି ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି। ପ୍ରତିଦିନ କିଛି ନା କିଛି ନୂଆ ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏବେ ସେ ଯେଉଁ ନୂଆ ଭିଡିଓ ତାଙ୍କ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି ସେଥିରେ ସେ ଚୁଲିରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି।
ରତନ ଏହି ଭିଡିଓରେ ତାଙ୍କ ପ୍ରଶଂସକମାନଙ୍କୁ ‘କଢି ଚାୱଲ’ କିପରି ପ୍ରସ୍ତୁତ କରିବେ ତାହା ଶିଖାଉଛନ୍ତି।
ରତନ ରାଜପୁତ ଜଣେ ଜଣାଶୁଣା ସିରିଏଲ ଅଭିନେତ୍ରୀ। ତାଙ୍କୁ ଅନେକ ସିରିଏଲରେ ଦେଖିବାକୁ ମିଳିଛି। ତାଙ୍କ ଲୋକପ୍ରିୟ ସିରିଏଲ ମଧ୍ୟରେ ରହିଛି – ‘ରାଧା କି ବେଟି କୁଛ୍ କର ଦିଖାଏଙ୍ଗି’, ‘ଅଗ୍ଲେ ଜନମ୍ ମୋହେ ବେଟିୟା କିଜୋ’, ‘ସ୍ୱୟଂମ୍ବର’, ‘ଜୟ ସନ୍ତୋଷୀ ମା’।


















