ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲାର। ବର୍ତ୍ତମାନ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୬୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ବର୍ତ୍ତମାନ ସୁନ୍ଦରଗଡ଼ରେ ୬ ଜଣ ସୁସ୍ଥ ହୋଇଛନ୍ତି। ସେଠାରେ ବର୍ତ୍ତମାନ ଆହୁରି ୬ ଜଣ ସକ୍ରିୟ ରହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତିକି ସୁସ୍ଥ ହେଉଛନ୍ତି ତା’ଠାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରହିଥିବା ବେଳେ ଭୁବନେଶ୍ଵରରେ ୫୦, ଗଞ୍ଜାମରେ ୪୭ ରହିଛି। ଗତ ୩ ଦିନ ହେବ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଏଯାଏଁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ସୁସ୍ଥ ହୋଇଥିବା ବେଳେ ୧୮୦ ସକ୍ରିୟ ରହିଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ହୋଇଛି।

Comment