ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଛୁଇଁଛି। ଏବେ ସୁଦ୍ଧା କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଗଞ୍ଜାମ ପ୍ରଥମ ସ୍ଥାନରେ ରହିଛି।

ଗୁଜରାଟ ସୁରତ ଅଞ୍ଚଳରୁ ଗଞ୍ଜାମ ଜିଲ୍ଲାକୁ ଶ୍ରମିକମାନେ ଫେରିବା ପରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି। ଅନ୍ୟପଟେ ଆଗକୁ ଆହୁରି ଅଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାକୁ ଫେରିବାକୁ ଅଛି। ଏଭଳି ପରିସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ମଧ୍ୟ କୁହାଯାଉଛି।

ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ୩ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ମାତ୍ର ସପ୍ତାହେ ମଧ୍ୟରେ ଏଠାରେ ପଜିଟିଭ୍ ସଂଖ୍ୟା ୮୩ରେ ପହଞ୍ଚି ଯାଇଛି। ଏପରିକି ଯାଜପୁର, ଖୋର୍ଦ୍ଧା, ବାଲେଶ୍ୱ ଓ ଭଦ୍ରକକୁ ଟପି ଗଞ୍ଜାମ ଜିଲ୍ଲା କରୋନା ଆକ୍ରାନ୍ତ ଜିଲ୍ଲାଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛି।

Comment