ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ଏହାସହ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମାଟ୍ରିକ ଖାତା ଦେଖା ମୂଲ୍ୟାୟନ ନେଇ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ।

ଏନେଇ ମନ୍ତ୍ରୀ କହିଛନ୍ତି, “ମେ’ ୧୯ ସୁଦ୍ଧା ନିରୀକ୍ଷକମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଖାତା ଦେଖା ବେଳେ ସାମାଜିକ ଦୂରତା ମଧ୍ୟ ଅବଲମ୍ଵନ କରାଯିବ। ମୂଲ୍ୟାୟନ କେନ୍ଦ୍ରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ର ମଧ୍ୟ ଅନୁପାଳନ କରାଯିବ। ଏହାସହ ଖାତାଦେଖାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।”

ରାଜ୍ୟର ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ହେବ। ଏହାସହ କଣ୍ଟେନମେଣ୍ଟ ଜୋନ୍‌ରେ ମଧ୍ୟ ଖାତା ଦେଖା ହେବ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସେହି ଅଞ୍ଚଳରେ ଖାତା ଦେଖା ନେଇ ନିଷ୍ପତ୍ତି ହେବ ବୋଲି ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍‌ ଯୋଗୁଁ ଚଳିତ ବର୍ଷ ମାଟ୍ରିକ ଖାତା ଦେଖାରେ ବିଳମ୍ଵ ହୋଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଯଦି ଆଗକୁ ଲକ୍‌ଡାଉନ୍‌ ଯଦି ବି ବଢ଼ିବ, ଏହା ମଧ୍ୟରେ ଖାତା ଦେଖା ହୋଇପାରିବ।

Comment