ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲାପାଳ କ୍ଷମତା ଦେଖାଇଲେ ଗଞ୍ଜାମ ଜିଲ୍ଲାର ଦୁଇ ସରପଞ୍ଚ। ରବିବାର ପୋଲସରା ଅଞ୍ଚଳର ମନ୍ଦାର ପଞ୍ଚାୟତ ଓ ମଧୁପଲ୍ଲୀ ପଞ୍ଚାୟତକୁ ୭ଦିନ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ସରପଞ୍ଚ।

ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକମାନଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଦୁଇ ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସେମାନେ କ୍ୱାରେଣ୍ଟିନ୍ ସମ୍ବନ୍ଧରେ ସମସ୍ତ କଥା ଦେଖାଶୁଣା କରିବା ସହିତ ସ୍ଥାନୀୟ ଅଞ୍ଚଳର ସମସ୍ତ କଥା ବୁଝାସୁଝା କରିବେ ବୋଲି କୁହାଯାଇଛି।

Comment