ଉଷୁମ ପାଣି ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ମୁଣ୍ଡ ବିନ୍ଧା, ଅଧ କପାଳି, ଉଚ୍ଚ ରକ୍ତ ଚାପ, ଗଣ୍ଠି ବ୍ୟଥା, ପେଟ ରୋଗ ଭଳି ଅନେକ ସମସ୍ୟା ଦୂର ହୋଇଥାଏ। 

ଶରୀରରେ ଜଳୀୟ ଅଂଶର ଅଭାବ ଦୂର କରିବାଠାରୁ ଆରମ୍ଭ କରି ଖାଦ୍ୟ ହଜମ କରିବା ପର୍ଯ୍ୟନ୍ତ ପାଣି ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ କିଛି ଲୋକ ପାଣିକୁ ହାଲୁକା ଉଷୁମ୍‌ କରି ପିଇବାକୁ ପସନ୍ଦ କରନ୍ତି ଓ କିଛି ଲୋକ ପାଣିରେ ବରଫ ପକାଇ ପିଇବାକୁ ପସନ୍ଦ କରନ୍ତି। ବିଜ୍ଞାନ ଅନୁଯାୟୀ, ପାଣି ପିଇବା ବେଳେ ପାଣିର ତାପମାତ୍ରା ବି ଗୁରୁତ୍ୱପୂର୍ଣ୍ଣ। ଆୟୁର୍ବେଦ କହେ ଉଷୁମ ପାଣି ଶରୀର ପାଇଁ ବେଶ୍‌ ଲାଭଦାୟକ।

ଚାଇନା ଓ ଜାପାନରେ ଭୋଜନ ସବୁବେଳେ ଗରମ ଚା’ (ଗରମ ପାଣି ସହ ଗ୍ରୀନ୍ ଟି) ସହିତ କରାଯାଏ। ବର୍ଷ ବର୍ଷ ଧରି ଜାପାନର ଲୋକମାନେ ପ୍ରତିଦିନ ସକାଳୁ ୩ରୁ ୪ ଗ୍ଲାସ୍‌ ଉଷୁମ ପାଣି ପିଇଥା’ନ୍ତି। ଜାପାନ୍‌ରେ ଏହାକୁ ଜାପାନିଜ୍‌ ଓ୍ୱାଟର ଥେରାପି ବୋଲି ମଧ୍ୟ କୁହାଯାଏ।

ଜାପାନିଜ୍‌ ଓ୍ୱାଟର ଥେରାପି 

ସକାଳୁ ଉଠିବା ପରେ ଦାନ୍ତ ଘଷିବା ପୂର୍ବରୁ ୩ରୁ ୪ ଗ୍ଲାସ୍‌ ନଖ ଉଷୁମ ପାଣି ପିଅନ୍ତୁ।

ଖାଇବା ପରେ ୨ ଘଣ୍ଟା ଭିତରେ କିଛି ଖାଆନ୍ତୁ ନାହିଁ ବା ପିଅନ୍ତୁ ନାହିଁ।

drinking water for health

ସ୍ୱାସ୍ଥ୍ୟ ଉପକାରିତା 

ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଶରୀରରେ ଥିବା ମେଟାବୋଲିଜିମକୁ କମାଇବାରେ ଏହା ସାହାଯ୍ୟ କରିଥାଏ। ଡାକ୍ତର ରୁପାଲି ଦତ୍ତଙ୍କ କହିବାନୁସାରେ ପ୍ରତିଦିନ ଉଷୁମ ପାଣି ପିଇଲେ ପେଟ ସଫା ହୋଇଥାଏ।

ଥଣ୍ଡାରୁ ନାକ ବନ୍ଦ କିମ୍ବା ତଣ୍ଟିରେ ଦରଜ ଅନୁଭୂତ ହେଉଥିଲେ ଉଷୁମ ପାଣି ପିଇଲେ ଆରାମ ଲାଗିଥାଏ।

ପ୍ରତିଦିନ ଉଷୁମ ପାଣି ପିଇଲେ ନିଦ୍ରାହୀନତା ରୋଗ ଦୂର ହୁଏ।

ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।

ସକାଳୁ ଉଠି ଖାଲିପେଟରେ ହାରାହାରି ୪ ଗ୍ଲାସ ଉଷୁମ ପାଣି ପିଇବା ଉଚିତ ଏବଂ ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ କିଛି ଖାଇବା ଉଚିତ ନୁହେଁ। ୧୦ଦିନ ଉଷୁମ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।

୩୦ ଦିନ ପର୍ଯ୍ୟନ୍ତ ଲଗାତର ଉଷୁମ ପାଣି ପିଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ।

ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଶରୀରରେ ଶର୍କରା ମାତ୍ରା ନିୟନ୍ତ୍ରଣ ରହିବା ସହିତ ଚର୍ବି କମିଥାଏ।

Comment