ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଷୁମ ପାଣି ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ନଖ ଉଷୁମ ପାଣି ପିଇଲେ ମୁଣ୍ଡ ବିନ୍ଧା, ଅଧ କପାଳି, ଉଚ୍ଚ ରକ୍ତ ଚାପ, ଗଣ୍ଠି ବ୍ୟଥା, ପେଟ ରୋଗ ଭଳି ଅନେକ ସମସ୍ୟା ଦୂର ହୋଇଥାଏ।

  • ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ। ଶରୀରରେ ଥିବା ମେଟାବୋଲିଜିମକୁ କମାଇବାରେ ଏହା ସାହାଯ୍ୟ କରିଥାଏ।
  • ଛାତିରେ ପୋଡ଼ାଜଳା ହେଉଥିଲେ ସକାଳୁ ଉଷୁମ ପାଣି ପିଅନ୍ତୁ।
  • ଥଣ୍ଡାରୁ ନାକ ବନ୍ଦ କିମ୍ବା ତଣ୍ଟିରେ ଦରଜ ଅନୁଭୂତ ହେଉଥିଲେ ଉଷୁମ ପାଣି ପିଇଲେ ଆରାମ ଲାଗିଥାଏ।
  • ସକାଳେ ଗରମ ପାଣି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ।
  • ଉଷୁମ ପାଣି ପିଇଲେ ହାଡ଼ ଶକ୍ତ ରହିଥାଏ।
  • ପ୍ରତିଦିନ ଉଷୁମ ପାଣି ପିଇଲେ ନିଦ୍ରାହୀନତା ରୋଗ ଦୂର ହୁଏ।
  • ମୁହଁରେ ବ୍ରଣ ହେଉଥିଲେ ପ୍ରତିଦିନ ଉଷୁମ ପାଣି ପିଅନ୍ତୁ।
  • ଉଷୁମ ପାଣି ପିଇଲେ ପିତ୍ତ ଦୋଷ ଦୂର ହୋଇଥାଏ।
  • ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।
  • ସକାଳୁ ଉଠି ଖାଲିପେଟରେ ହାରାହାରି ୪ ଗ୍ଲାସ ଉଷୁମ ପାଣି ପିଇବା ଉଚିତ ଏବଂ ପ୍ରାୟ ୪୫ ମିନିଟ୍ ପର୍ୟ୍ୟନ୍ତ କିଛି ଖାଇବା ଉଚିତ ନୁହେଁ। ୧୦ଦିନ ଉଷୁମ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।
  • ୩୦ ଦିନ ପର୍ୟ୍ୟନ୍ତ ଲଗାତର ଉଷୁମ ପାଣି ପିଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ନିୟନ୍ତ୍ରଣ ରହିଥାଏ।
  • ଉଷୁମ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚା ନରମ ରହିଥାଏ।
  • ଉଷୁମ ପାଣିରେ ମହୁ ମିଶାଇ ପିଇଲେ ଶରୀରକୁ ଶକ୍ତି ମିଳେ।
  • ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଶରୀରରେ ସର୍କରା ମାତ୍ରା ନିୟନ୍ତ୍ରଣ ରହିବା ସହିତ ଚର୍ବି କମିଥାଏ।

Comment