ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀନ୍ ଜୋନରେ ଚାଲିବ ସରକାରୀ ବସ୍। ରାଜ୍ୟର ସମସ୍ତ ଗ୍ରୀନ୍ ଜୋନ୍ ଏରିଆରେ ଓଏସଆରଟିସି ବସ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏହି ବସଗୁଡ଼ିକ ଗ୍ରୀନ ଜୋନରୁ ଗ୍ରୀନ୍ ଜୋନ୍ ମଧ୍ୟରେ ଚଳାଚଳ କରିବ। ତେବେ ଧାର୍ଯ୍ୟ ସିଟଠାରୁ ବସରେ ଅଧା ସଂଖ୍ୟକ ଯାତ୍ରୀ ବସି ଯିବା ଆସିବା କରିବେ। ଏଥିପାଇଁ ଯାତ୍ରୀମାନଙ୍କୁ ଦୁଇଗୁଣା ଭଡ଼ା ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

ଗ୍ରୀନ୍ ଜୋନ ମଧ୍ୟରେ ବସ ଚଳାଇବାକୁ ନେଇ ରାଜ୍ୟ ସରକାର ଅନେକ ଥର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା କରିଥିଲେ। ହେଲେ ଅଧା ଯାତ୍ରୀଙ୍କୁ ନେଇ ବସ ଚଳାଇ ହେବନି ବୋଲି ବସ ମାଲିକ ସଂଘ କହିଥିଲା। ଶେଷରେ ଗ୍ରୀନ୍ ଜୋନରେ ସରକାର ଓଏସଆରଟିସି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଆଜି ଭୁବନେଶ୍ୱର ଓ କଟକ ମଧ୍ୟରେ ଗୋଟିଏ ସରକାରୀ ବସ୍ ଚଳାଚଳ କରିଛି। ଏଥିରେ କଟକରୁ ସରକାରୀ କର୍ମଚାରୀମାନେ ଦୁଇଗୁଣା ଦାମ୍ ଦେଇ ଭୁବନେଶ୍ୱର ଆସିଛନ୍ତି।

Comment