ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍ ଟେଷ୍ଟ। ଆସନ୍ତା ୧୮ ତାରିଖରୁ ଏଠାରେ ଦୈନିକ କୋଭିଡ୍ ନମୁନା ପରୀକ୍ଷା କରାଯିବ। ଏନେଇ ମେଡିକାଲ୍ କଲେଜର ଅଧୀକ୍ଷକ ଡାକ୍ତର ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ଏବେ ଦିନକୁ ୬୮ଟି ନମୁନା ପରୀକ୍ଷା କରାଯିବ। ଏହାପରେ ସପ୍ତାହେ ମଧ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୨ଶହକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି।

ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ ସୂଚନା ଦେଇଥିଲେ। ବଲାଙ୍ଗୀର ସମେତ କୋରାପୁଟ ଓ ବାରିପଦା ମେଡିକାଲ୍ କଲେଜରେ ମଧ୍ୟ କୋଭିଡ୍ ଟେଷ୍ଟିଂ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକାର ସାମଗ୍ରୀ ଏହି ମେଡିକାଲକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

Comment