ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପୁଣି ସାମ୍ନାକୁ ଆସିଲା ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ସୁସ୍ଥ ହୋଇଥିବା ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩ ଜଣ ଓ ବାଲେଶ୍ଵରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ଗଞ୍ଜାମରେ ମୋଟ୍‌ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି। ସେହିପରି ଯାଜପୁରରେ ୫୫ ଓ ବାଲେଶ୍ଵରରେ ୨୪ରେ ପହଞ୍ଚିଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା।

ଏହାସହ ଆଜି ସକାଳେ ରାଜ୍ୟରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଥିଲେ। ଏହାସହ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ଏହାସହ ୨୨୦ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ଏପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୬୦୩ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Comment