ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ୧୨ଟା ସୁଦ୍ଧା ୯୦ ହଜାର ଲୋକ ସ୍ଥାନାନ୍ତରିତ।

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବିମଳ୍ବିତ ରାତିରେ ଏସ୍‌ଆର୍‌ସି ଅଫିସକୁ ଆସି ବାତ୍ୟା ଅମ୍ପନର ସ୍ଥିତି ସମୀକ୍ଷା କରିଛନ୍ତି। କେଉଁ ଜିଲ୍ଲାରେ କ’ଣ ବ୍ୟବସ୍ଥା କରାଯାଇଛି ଏବଂ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ କ’ଣ ବ୍ୟବସ୍ଥା କରାଯାଇଛି ସେନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ।

‘‘ବାତ୍ୟା ମୁକାବିଲା ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ପ୍ରଭାବିତ ଜିଲ୍ଲାକୁ ଆଗୁ୍ଆ ଓଡ୍ରାଫ୍‌ ଏବଂ ଏନଡିଆରଏଫ ଟିମ୍‌ ପଠାଯାଇଛି। ବାତ୍ୟା ପରେ ଯେଉଁ ପରିସ୍ଥିତି ଦେଖାଦେବ ତାର ମୁକାବିଲା ପାଇଁ ସେଥିପାଇଁ ସରକାର ସଜାଗ ଅଛନ୍ତି। ବିଭିନ୍ନ ସ୍ଥାନକୁ ବିଦ୍ୟଚତ କର୍ମଚାରୀ ଏବଂ ସରଞ୍ଜାମ ପଠାଯାଇଛି। ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛୁ। ବର୍ତ୍ତମାନ ସୁଦ୍ଧା ୯୦ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି’’, କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

ଅମ୍ପନ ପ୍ରଭାବରେ ଦକ୍ଷିଣ ଉପକୂଳରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିଛି। ଏହା ଆସନ୍ତାକାଲି ସକାଳେ ବଢ଼ିବ। ୭୫ରୁ ୯୧ କିଲୋମିଟର ବେଗରେ ପବନ ବହିବ। ଉତ୍ତର ଉପକୂଳ ଓଡ଼ିଶାରେ ପବନର ବେଗ ୧୨୫ କିଲୋମିଟର ହୋଇପାରେ।

ଅମ୍ପନ ପ୍ରଭାବରେ ପଶ୍ଚିମଙ୍ଗ ଏବଂ ବାଂଲାଦେଶରେ ସର୍ବାଧିକ କ୍ଷତି ହେବ। କଚ୍ଚା ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିବ। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିବ। ପଶ୍ଚିମବଙ୍ଗର ଚବିଶି ପ୍ରଗଣା, କୋଲକାତା, ହୁଗୁଳି, ହାୱଡା ଜିଲ୍ଲାରେ ଅଧିକ କ୍ଷତି ହେବ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଏହି ସମୟରେ ପବନର ବେଗ ୧୮୦ରୁ ୧୮୫ କିଲୋମିଟର ହୋଇପାରେ।

ବାତ୍ୟାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ୪୧ଟି ଏନଡିଆର୍‌ଏଫ୍‌ ଟିମ୍‌ ପଠାଯାଇଛି। ଓଡ଼ିଶାରେ ୧୫ଟି ଏନଡିଆର୍‌ଏଫ୍‌ ଟିମ୍ ମୁତୟନ ଅଛନ୍ତି। କଟକ ସହିତ ଆବଶ୍ୟକୀୟ ଯନ୍ତ୍ରଂଶ ରହିଛି। ୨୪ଟି ଟିମ୍‌ ସଂରକ୍ଷିତ ରଖାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଡିଜି ଏସ୍‌ ଏନ୍‌ ପ୍ରଧାନ ସୂଚନା ଦେଇଛନ୍ତି।

୧୯୯୯ ମସିହା ପରେ ବଙ୍ଗୋପସାଗରରେ ଦ୍ଵିତୀୟ ମହାବାତ୍ୟା ହେଉଛି ଅମ୍ପନ। ୨୧ ବର୍ଷ ପରେ ଏହି ମହାବାତ୍ୟା ସୃଷ୍ଟି ହୋଇଛି।

Comment