ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବାତ୍ୟା ଅମ୍ପନର ପ୍ରଭାବ ଜାରି ରହିଛି। ଉତ୍ତର ଉପକୂଳର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଲାଗିରହିଛି।। ତେବେ ଏଭଳି ସ୍ଥିତିରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବର୍ଷା ଯୋଗୁଁ ମାଟି ଘରର କାନ୍ଥ ପଡି ୩ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାମ୍ପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁଁ ଗାଁର ବଳରାମ ଦାସଙ୍କ ମାଟି କାନ୍ଥ ଭୁଶୁଡି ପଡିଥିଲା। ରାତିରେ ମାଆ ଓ ୩ ମାସର ଶିଶୁ ଶୋଇଥିବାବେଳେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ମାଆ ସାମାନ୍ୟ ଆହତ ହୋଇଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବାତ୍ୟା ଅମ୍ପନ କାରଣରୁ ଉପକୂଳବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ କଚ୍ଚା ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ କୁହାଯାଇଥିଲା। ହେଲେ ଏହାସତ୍ତ୍ୱେ ମଧ୍ୟ କିଛି ଲୋକ ଘର ଛାଡ଼ି ଯାଇନଥିବା ଖବର ସାମ୍ନାକୁ ଆସିଛି।

Comment