ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୩୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

୫୦ ମଧ୍ୟରୁ ୨୨ ଜଣ ଗଞ୍ଜାମରୁ ହୋଇଥିବା ବେଳେ ବାଲେଶ୍ଵରରୁ ୧୫, ଭଦ୍ରକରୁ ୫, ଯାଜପୁରରୁ ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ସକାଳରେ ରାଜ୍ୟରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାସହ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩ରେ ପହଞ୍ଚିଛି। ସେହିପରି ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୦୩ ଜଣ ସକ୍ରିୟ ରହିଛନ୍ତି। ଅନ୍ୟପକ୍ଷରେ ଆଜିକୁ ମିଶାଇ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment