ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ବିରଜା ମନ୍ଦିରରେ ଶୁକ୍ରବାର ଲାଗିବ ୧୪୪ ଧାରା। ସାବିତ୍ରୀ ବ୍ରତ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ମନ୍ଦିର ପ୍ରବେଶରେ କଟକଣା ଥିବାରୁ ଏହାକୁ ମାନିବାକୁ ସରକାର ପୂର୍ବରୁ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ଅନ୍ୟପକ୍ଷରେ ଜଗସିଂହପୁରର ବିଭିନ୍ନ ମନ୍ଦିରରେ ମଧ୍ୟ ୧୪୪ ଧାରା ଜାରି କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ସାବିତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଲକ୍‌ଡାଉନ୍‌ ୪.୦ର ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହି କଟକଣାରେ ମନ୍ଦିର ପ୍ରବେଶ ଓ ଧାର୍ମିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏନେଇ ଯାଜପୁର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବ।

Comment