ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ମଙ୍ଗଳବଜାରର ୫ ଜଣେ ବର୍ଷର ଶିଶୁପୁତ୍ର। ବାହାର ରାଜ୍ୟରୁ ଆସି ପରିବାର ସହ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ।

ଏହାସହ ବର୍ତ୍ତମାନ ଝାରସୁଗୁଡ଼ାରେ କରୋନା ପଜିଟିଭ୍‌ ସଂଖ୍ୟା ୩ରେ ପହଞ୍ଚିଛି। ୩ ଜଣଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ଜଣେ ସକ୍ରିୟ ରହିଛନ୍ତି। ଆଜି ସକାଳେ ରାଜ୍ୟରୁ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧,୧୯୦ କରୋନା ଆକ୍ରାନ୍ତ ରହିଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭୪୫ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment