ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାଗର ଗାଁ ପଞ୍ଚାୟତରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ ବଖରା ଘର ସମେତ ୨ଟି ବଳଦ ଜଳି ଯାଇଛନ୍ତି। ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ଗାଁର ଦାଶରଥୀ ଦଳେଇଙ୍କ ଘରେ ସଟ୍ ସର୍କିଟ ରେ ନିଆଁ ଲାଗି ଯାଇଥିଲା। ଖବରପାଇ ବୋଲଗଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବିଦ୍ୟୁତ ସଟ୍ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।


















