ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ରାଜ୍ୟରେ ଆସନ୍ତାକାଲିଠାରୁ ସିଟି ବସ୍‌ ଚଳାଚଳ କରିବ। ଏହାସହ ଅଟୋ, ଘରୋଇ ଗାଡ଼ି ମଧ୍ୟ ଚଳାଚଳ କରିବ। ବସ୍‌ରେ ଯେତିକି ସଂଖ୍ୟକ ସିଟ୍‌ ଥିବ ସେତିକି ଯାତ୍ରା କରିବେ। କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ଏହାସହ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରୀଙ୍କ କରୋନା ଲକ୍ଷଣ ଥିଲେ ବସ୍‌ରେ ଯାଇପାରିବେ ନାହିଁ। ଯାତ୍ରୀ ନିଜ ପାଖରେ ଛୋଟ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି। ନିୟମ ନମାନିଲେ ଦଣ୍ଡିତ ହେବେ ବୋଲି କହିଛନ୍ତି ଏସ୍‌ଆରସି।

ଏସ୍‌ଆରିସି କହିଛନ୍ତି ଯେ ରାଜ୍ୟରେ କାଲିଠୁ ବାଇକ, ଟ୍ୟାକ୍ସି, ଘରୋଇ ଗାଡ଼ି ଓ ଅଟୋ ଚଳାଚଳ କରିପାରିବ। ଅଟୋ କିମ୍ଵା ଘରୋଇ ଗାଡ଼ିରେ ଡ୍ରାଇଭରଙ୍କୁ ଛାଡ଼ି ଦୁଇ ଜଣ ଯାତ୍ରା କରିବେ। ରାଜ୍ୟରେ ବସ୍‌ ଚଳାଚଳ ମଧ୍ୟ କରିବ ହେଲେ ଯେତିକି ସିଟ୍‌ ଅଛି ସେତିକି ଯାତ୍ରୀ ଯାଇପାରିବେ।

ଆସନ୍ତାକାଲିଠାରୁ ଦେଶରେ ବିମାନ ଚଳାଚଳ ଆରମ୍ଭ ହେବ। ସେହିପରି ଜୁନ୍‌ ୧ରୁ ଟ୍ରେନ ଚଳାଚଳ ମଧ୍ୟ କରିବ। ଅନେକ ଯାତ୍ରୀ ଆସି ଭୁବନେଶ୍ଵର ଓ ଅନ୍ୟ ଜିଲ୍ଲାମାନଙ୍କରେ ପହଞ୍ଚିବେ। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିୟମ କରିଛନ୍ତି।

Comment