ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ତୋ କୈସେ ହୈଁ ଆପ୍‌’, ଏହି କଥାରୁ ନିଜ ଭିଡିଓ ଆରମ୍ଭ କରୁଥିବା ନମ୍ବର ଓ୍ୱାନ ୟୁଟ୍ୟୁବର କ୍ୟାରୀ ମୀନତିଙ୍କ  ସଫଳତାର କାହାଣୀ ଜାଣିବା ପାଇଁ ପଢ଼ନ୍ତୁ ପୂରା ରିପୋର୍ଟ।

ଯଦି ଆପଣ ୟୁଟ୍ୟବରେ ଭିଡିଓ ଦେଖିବାକୁ ଭଲ ପାଉଥିବେ ତେବେ ୟୁଟ୍ୟବ୍‌ରେ କାହାର ଚ୍ୟାନେଲ କେତେ ପ୍ରସିଦ୍ଧ ଆପଣ ନିଶ୍ଚୟ ଜାଣିଥିବେ। ଆଜି ଆମେ ସେମିତି ଜଣେ ୟୁଟ୍ୟବରଙ୍କ ବିଷୟରେ କହିବୁ ଯିଏ ଖୁବ୍‌ କମ୍‌ ବୟସରେ କେବଳ ଭାରତରେ ନୁହେଁ ବିଦେଶରେ ବି ଖୁବ୍‌ ପ୍ରସିଦ୍ଧ ହୋଇଛନ୍ତି।  ନମ୍ବର ଓ୍ୱାନ ୟୁଟୁ୍ୟୁବର ଭାବେ ନିଜର ପରିଚୟ ତିଆରି କରିଛନ୍ତି।  ସେ ହେଲେ କ୍ୟାରୀ ମୀନତି ଓରଫ ଅଜୟ ନାଗର।

କ୍ୟାରୀ ମିନତୀ ହେଉଛି ତାଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ। ଅଜୟ ନାଗରଙ୍କୁ ବେଷ୍ଟ ଇନପ୍ଲୁଏନ୍ସସର ଆଓ୍ଵାର୍ଡ ମଧ୍ୟ ଦିଆଯାଇଛି। ଏବେ ୟୁଟ୍ୟୁବରେ ତାଙ୍କର ୧୯.୩  ମିଲିୟନ ସବସ୍କ୍ରାଇବର ଅଛନ୍ତି।

ଅଜୟ ୧୯୯୯ରେ ଫରିଦାବାଦରେ ଜନ୍ମ ହୋଇଥିଲେ ଅଜୟ । ଖାସ କଥା ଏହା ଯେ ସେ ମାତ୍ର ୧୦ ବର୍ଷ ବୟସରେ ୟୁଟ୍ୟୁବ‌ ଚ୍ୟାନେଲ ଖୋଲିବା ସହିତ ଭିଡିଓ ଅପଲୋଡ କରିବା ଆରମ୍ଭ କରିଦେଇଥିଲେ ସେ। ବହୁତ କମ୍‌ ବୟସରେ ସେ ଫୁଟବଲ ସହ ଜଡ଼ିତ ଭିଡିଓ ଅପଲୋଡ କରୁଥିଲେ। ତାଙ୍କର ପ୍ରଥମ ୟୁଟ୍ୟୁବ ଚ୍ୟାନେଲର ନାଁ ଥିଲା ‘steal the fearzz’। ଏଥିରେ ତାଙ୍କୁ ସଫଳତା ମିଳିନଥିଲା। ଭିଡିଓକୁ ୪୦୦ରୁ ଅଧିକ ଭିୟୁ ମିଳୁନଥିଲା।

 ଅଜୟ ନାଗରଙ୍କ ସଫଳତାର ଚାବିକାଠି

ଅଜୟଙ୍କ ସଫଳତାର କାରଣ ହେଉଛି କଠିନ ପରିଶ୍ରମ ଓ ୟୁନିକ୍‌ ଭିଡିଓ କ୍ରିଏସନ। ପ୍ରଥମେ କିନ୍ତୁ ତାଙ୍କୁ ଲୋକପ୍ରିୟତା ମିଳିନଥିଲା। ଯେତେବେଳେ ସେ ପ୍ରସିଦ୍ଧ ୟୁଟ୍ୟୁବର୍ ଭୁଭାନ୍ ବାମକୁ ରୋଷ୍ଟ କରିଥିଲେ ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ୟୁଟ୍ୟୁବରେ ଭିୟୁଜ ଦ୍ରୁତ ଗତିରେ ବୃଦ୍ଧି ପାଇଲା।

୨୦୧୯ରେ ମଧ୍ୟ ଜଣାଶୁଣା ମାଗାଜିନ  ଟାଇମ୍ସ ତାଙ୍କୁ ‘ନେକ୍ସଟ୍‌ଜେନେରେସନ୍ ଲିଡର୍ସ ୨୦୧୯’ ତାଲିକାରେ ସ୍ଥାନ ଦେଇଥିଲା ତାଙ୍କର ଆଉ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି। ଯାହାର ନାଁ  carry’sLIVE।

ଏବେ ପୁଣି ଚର୍ଚ୍ଚାରେ

ଗତକିଛି ଦିନ ହେବ ସୋସିଆଲ ମିଡିଆରେ କରୋନା ଭାଇରସ ଓ ଲକ୍‌ଡାଉନ୍‌ ବ୍ୟତୀତ ଆଉ ଏକ ବିଷୟ ମଧ୍ୟ ଖୁବ ଟ୍ରେଣ୍ଡ କରୁଛି। ତାହା ହେଉଛି ୟୁଟ୍ୟୁବ ବନାମ ଟିକ୍‌ଟକ୍‌।

କାହିଁକି YouTube vs Tiktok ବିବାଦ?

କିଛିଦିନ ତଳେ ଟିକ୍‌ଟକ୍‌ ଷ୍ଟାର ଆମୀର ସିଦ୍ଧିକି ଇନଷ୍ଟାଗ୍ରାମରେ ଏକ ଭିଡିଓ ଫୋଷ୍ଟ କରିଥିଲେ ଯେଉଁଥିରେ ସେ ୟୁଟ୍ୟୁବର୍ସମାନଙ୍କୁ ବହୁତ ଖରାପ ବୋଲି କହିଥିଲେ। ସେ ଏହି ଭିଡିଓକୁ ଅନେକ ଲୋକଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଏଥିରେ ଅସନ୍ତୁଷ୍ଟ ହୋଇ କ୍ୟାରୀ ମୀନତି ଗତ ସପ୍ତାହରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଆମିର ସିଦ୍ଦିକିଙ୍କ ସମେତ ଅନେକ ଟିକ୍‌ଟକ୍‌ ବ୍ୟବହାରକାରୀଙ୍କୁ ସମାଲୋଚନା କରିଥିଲେ। କ୍ୟାରିମିନତୀଙ୍କ ଏହି ଭିଡିଓ ଅନେକ ମାତ୍ରାରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା। ଏହାପରେ ଆମିର ସିଦ୍ଦିକି ଇନଷ୍ଟାଗ୍ରାମରୁ ତାଙ୍କ ଭିଡିଓ କାଟି ଦେଇଥିଲେ। ଏହି ବିବାଦ ମଧ୍ୟରେ ୟୁଟ୍ୟୁବ କ୍ୟାରୀ ମୀନତିଙ୍କ ଭିଡିଓକୁ ନିଜ ପ୍ଲାଟଫର୍ମରୁ କାଟି ଦେଇଛି। ୟୁଟ୍ୟୁବ କହିଛି ଯେ ଏହି ଭିଡିଓ ୟୁଟ୍ୟୁବର ନିୟମ ଉଲ୍ଲଘଂନ କରୁଛି।

Comment