ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର। ବର୍ତ୍ତମାନ ଜିଲ୍ଲାରେ ମୋଟ୍‌ ୨୬ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

ସେହିପରି ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟରମାନଙ୍କରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡେରାବିଶ ବ୍ଲକରୁ ୩ ଜଣ ଓ ମହାକାଳପଡା ବ୍ଲକରୁ ୩ ଜଣ ଅଛନ୍ତି। ଡେରାବିଶ ବ୍ଲକର ୩ ଜଣଙ୍କ ମଧ୍ୟରୁ ଜଣେ ଆଗରୁ କଟକ ଏସସିବି ମେଡିକାଲରେ ଅଛନ୍ତି।

ଆଜିର ନୂଆ ୬ ଜଣ ପଜିଟିଭ୍‌ ସହ ଜିଲ୍ଲାରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୬ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩୫ ଜଣ ସକ୍ରିୟ ଅଛନ୍ତି।

ଅନ୍ୟପକ୍ଷରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧୭କୁ ବୃଦ୍ଧି ପାଇଥିବା ବେଳେ ୬୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮୫୭ ଜଣ ସକ୍ରିୟ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment