ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫିସରେ ୮ ଘଣ୍ଟା ବସି ରହି ଡେସ୍କ କାମ କରୁଥିବା ଲୋକ ସାଧାରଣତଃ ପିଠି ଦରଜ, ଅଣ୍ଟା ବିନ୍ଧା, ମୋଟାପା, ଆଖିରେ ଜ୍ୱଳନ, ମୁଣ୍ଡବିନ୍ଧା ପ୍ରଭୃତିର ଶିକାର ହୋଇଥାନ୍ତି। ଏପରିସ୍ଥଳେ ଏହି ସମସ୍ୟାରୁ କିପରି ରକ୍ଷା ପାଇପାରିବେ ଜାଣନ୍ତୁ।
ଅଫିସରେ ନିଜର ଡେସ୍କ ଉପରେ ପାଣି ବୋତଲ ନିହାତି ରଖନ୍ତୁ। ପ୍ରଥମ କଥା ହେଲା ପାଣି ପିଇବା ଫଳରେ ଶରୀରରେ ଜଳୀୟ ଅଂଶ କମ୍ ହେବନାହିଁ। ଦ୍ୱିତୀୟତଃ ଶରୀରରେ ଶକ୍ତିର ସ୍ତର ନିୟନ୍ତ୍ରିତ ହୋଇ ରହିବ। ତୃତୀୟ କଥା ହେଲା ପାଣି ଅଧିକ ପିଇଲେ ଚର୍ବି କମିଥାଏ। ପ୍ରତି ଅଧ ଘଣ୍ଟାରେ ଟିକେ ବ୍ରେକ୍ ନିଅନ୍ତୁ। ଏହି ସମୟରେ ଶିଡ଼ିରେ ଏପଟସେପଟ ହୁଅନ୍ତୁ। ନହେଲେ ନିଜର ପାଣି ବୋତଲ ନିଜେ ଭରି ଆଣନ୍ତୁ। କମ୍ପ୍ୟୁଟର ସାମ୍ନାରେ କାମ କରିବାକୁ ପଡୁଥିଲେ ନିୟମିତ ବ୍ୟବଧାନରେ ଆଖିକୁ କିଛି ସମୟ ବନ୍ଦ ରଖନ୍ତୁ। ଡାକ୍ତରମାନଙ୍କ କହିବାନୁସାରେ ଏକ ମିନିଟ୍ ବ୍ୟବଧାନରେ ଆଖି ପତାକୁ ବାରମ୍ବାର ତଳ ଉପର କରିବା ଦ୍ୱାରା ଆଖିର ବ୍ୟାୟାମ ହୋଇଥାଏ। କମ୍ପ୍ୟୁଟରକୁ ଠିକ୍ ଉଚ୍ଚତାରେ ରଖନ୍ତୁ। ନ ହେଲେ ଅଣ୍ଟା ବିନ୍ଧା ହେବ। କମ୍ପ୍ୟୁଟରକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରଖିବା ମଧ୍ୟ ଜରୁରୀ। କମ୍ପ୍ୟୁଟରକୁ ଅତି ନିକଟରୁ ଦେଖିଲେ ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ସେହିପରି ଦୂରରେ ରଖିଲେ ଆଖିରେ ଜ୍ୱଳନ ହେବାର ଆଶଙ୍କା ଅଧିକ ଥାଏ।

LEAVE A REPLY

Please enter your comment!
Please enter your name here