ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ଆମେରିକା ଏବେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସହ ସମ୍ପର୍କ କାଟିବାକୁ ଘୋଷଣା କରିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ସମ୍ପୂର୍ଣ୍ଣ ଭାବେ ଚୀନ ନିୟନ୍ତ୍ରଣରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଚୀନ୍‌ ଡବ୍ଲୁଏଚ୍‌ଓକୁ ୪୦ ମିଲିୟନ ଡଲାର ଦେଉଛି, ଯେଉଁଠି ଆମେରିକା ୪୫୦ ମିଲିୟନ ଡଲାରର ଅନୁଦାନ ଦେଉଛି। ହେଲେ ବି ଡବ୍ଲୁଏଚଓକୁ ଚୀନ୍‌ ନିୟନ୍ତ୍ରଣ କରୁଛି। ଡବ୍ଲୁଏଚଓରେ ସୁଧାର ଆଣିବାକୁ କୁହାଯାଇଥିଲେ ମଧ୍ୟ ଏବେ ଯାଏଁ ତାହା ହୋଇ ପାରିଲାନି। ତେଣୁ ଆମେରିକା ଡବ୍ଲୁଏଚ୍‌ଓ ସହ ସବୁ ସମ୍ପର୍କ କାଟିବ।

ଚୀନ୍‌ ଇସାରରେ ଡବ୍ଲୁଏଚ୍‌ଓ କାମ କରୁଛି ବୋଲି ପୂର୍ବରୁ ଆମେରିକା ଅଭିଯୋଗ କରି ଆସୁଛି। ଡବ୍ଲୁଏଚ୍‌ଓ ଠିକ ସମୟରେ ବିଶ୍ଵକୁ କରୋନା ମହାମାରୀ ବିଷୟରେ ଅବଗତ କରାଇ ନଥିଲା। ଏହାସହ ଏହାର ଭୟବହତାକୁ ମଧ୍ୟ ଲୁଚାଇଥିଲା, ଯାହା ଫଳରେ ଆମେରିକା ସମେତ ଅନେକ ୟୁରୋପୀୟ ଦେଶରେ ଏହି ମହାମାରୀ ବ୍ୟାପି ଯାଇଥିଲା।

ଏହି ମହାମାରୀ ଚୀନ୍‌ରେ ଡିସେମ୍ଵର ମାସରେ ବାହାରିଥିଲା, ହେଲେ ଡବ୍ଲୁଏଚ୍‌ଓ ଜାନୁଆରି ଶେଷ ଆଡକୁ ଏହା ବିଷୟରେ ବିଶ୍ଵକୁ ସତର୍କ କରାଇଥିଲା। ଏହା ମଧ୍ୟରେ ଟ୍ରମ୍ପ ଡବ୍ଲୁଏଚଓରେ ୩୦ ଦିନ ମଧ୍ୟରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକ ଡାକ୍ତର ମାଇକେଲ ଜେ ରାୟନଙ୍କୁ ଚିଠି ଲେଖଥିଲେ। ଏଥିରେ ସେ ଚେତାବନୀ ମଧ୍ୟ ଦେଇଥିଲେ ଯେ ଆମେରିକା ଡବ୍ଲୁଏଚ୍‌ଓକୁ ଅନୁଦାନ ବନ୍ଦ କରିବା ସହ ସମ୍ପର୍କ ମଧ୍ୟ ଛିନ୍ନ କରିପାରେ।

କରୋନା ଭାଇରସ ଏବେ ଯାଏଁ ୧୮୮ ଦେଶକୁ ବ୍ୟାପି ସାରିଛି। ଏହାସହ ୫୯, ୨୪, ୨୭୫ ଜଣ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୩,୬୪,୮୬୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଆମେରିକା ବିଶ୍ଵରେ ଅଧିକ ପ୍ରଭାବିତ ଦେଶ।

Comment