ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ୍ ସଙ୍କଟ ମଧ୍ୟରେ ସମୟ କାଟୁଥିବା ଦିଲ୍ଲୀ ସରକାର ପାଖରେ ଏବେ ନିଜ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏଥିପାଇଁ ଦିଲ୍ଲୀର ଅର୍ଥମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ୫ ହଜାର କୋଟି ଟଙ୍କାର ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏହି ଟଙ୍କା ମିଳିବା ପରେ ହିଁ  ଦିଲ୍ଲୀର ସରକାରୀ ଚାକିରିଆଙ୍କୁ ଦରମା ଦିଆଯାଇପାରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଅନୁରୋଧ ସେ ତୁରନ୍ତ ଦିଲ୍ଲୀକୁ ସହାୟତା ପ୍ରଦାନ କରନ୍ତୁ।

ରବିବାର ଦିଲ୍ଲୀର ଅର୍ଥମନ୍ତ୍ରୀ ମନିଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ସେ କହିଥିଲେ ଯେ, ପ୍ରତିମାସରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଦିଲ୍ଲୀ ସରକାରଙ୍କୁ ୩୫ ଶହ କୋଟି ଟଙ୍କା ଆବଶ୍ୟକ ପଡ଼ିଥାଏ। ହେଲେ କରୋନା ଓ ଲକଡାଉନ୍ କାରଣରୁ ଦିଲ୍ଲୀର ରାଜସ୍ୱ ଉପରେ ବଡ଼ ପ୍ରଭାବ ପଡ଼ିଛି।

ଗତ ଦୁଇମାସରେ ଦିଲ୍ଲୀ ସରକାର ମାତ୍ର ହଜାରେ କୋଟି ଟଙ୍କାର ରାଜସ୍ୱ ପାଇ ପାରିଛନ୍ତି। ସେହିଭଳି ଅନ୍ୟଥିରୁ କେବଳ ୧୭୩୫  କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ତେଣୁ ଦିଲ୍ଲୀର ସରକାରୀ ଚାକିରିଆଙ୍କୁ ଦରମା ଦେବାକୁ ସେ ୫ ହଜାର କୋଟି ଟଙ୍କା ସହାୟତା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଲକଡାଉନ୍ କାରଣରୁ ଦିଲ୍ଲୀ ସରକାରଙ୍କର ଟ୍ୟାକ୍ସ ଆଦାୟ ୮୫ ପ୍ରତିଶତ କମିଯାଇଛି। ଯେଉଁ କାରଣରୁ ଏଭଳି ସଙ୍କଟ ଦେଖାଦେଇଛି ବୋଲି ଦିଲ୍ଲୀ ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

Comment