ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଏଣିକି ଘରେ ବସି ଅନଲାଇନରେ ଅଭିଯୋଗ କରିପାରିବେ ଖୋର୍ଦ୍ଧା ଜିଲ୍ଲାବାସୀ। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲକୁ ଉଦଘାଟନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ।

ରାଜ୍ୟ ସରକାରଙ୍କ ୫ -T କାର୍ଯ୍ୟକ୍ରମ ଆଧାରରେ ଜିଲ୍ଲାରେ ଏକ ଅଭିଯୋଗ ପ୍ରକୋଷ୍ଠ ସହ ଏକ ୱେବ ପୋର୍ଟାଲ ଖୋଲାଯାଇଛି। ଏହି ପୋର୍ଟାଲ ଜରିଆରେ ଲୋକମାନେ ସିଧାସଳଖ ଘରେ ବସି ସେମାନଙ୍କର ଅସୁବିଧା ସମ୍ପର୍କରେ ଜଣାଇପାରିବେ। ଏହି ପୋର୍ଟାଲଟି ଜିଲ୍ଲାର ୨୦୯ଟି ଅଫିସ ସହିତ ସଂଯୋଗ ରହିଛି। ତେଣୁ ଲୋକଙ୍କ ଅଭିଯୋଗ ପାଇବା ପରେ ତୁରନ୍ତ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି। ଲୋକମାନେ ଏହି ପୋର୍ଟାଲ ଜରିଆରେ ନିଜର ମତାମତ ମଧ୍ୟ ଦେଇପାରିବେ।

ସୋମବାର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment