ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ୩୧ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସ୍କୁଲ କଲେଜ ସହ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାସହ ପୂର୍ବରୁ ଜୁନ୍‌ ୧୭ ତାରିଖରେ ରାଜ୍ୟରେ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ କେନ୍ଦ୍ର ସରକାର ଜୁଲାଇରେ ସ୍କୁଲ ଖୋଲିବ ଓ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ।

କେନ୍ଦ୍ର ସରକାର ଅନ୍‌ଲକ୍‌ ୧ ନିୟମ ଅନୁଯାୟୀ ଧିରେ ଧିରେ ଦେଶରେ ସବୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଜାରି କରିଛନ୍ତି। ଜୁନ୍‌ ୩୧ ଯାଏଁ ରାଜ୍ୟରେ ପୁଣି କଟକଣା ଲଗାଯାଇଛି।

ଏହାସହ ରାଜ୍ୟରେ ଜୁନ ୩୦ ଯାଏଁ ମନ୍ଦିର, ହୋଟେଲ, ସପିଂ ମଲ୍‌ ଖୋଲିବନି ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜୁନ୍‌ ୩୦ ଯାଏଁ ପ୍ରତି ଶନିବାର ରବିବାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Comment