ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପଙ୍ଗପାଳ ମୁକାବିଲା ପାଇଁ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଏସ୍‌ଓପି କୃଷି ବିଭାଗ ପକ୍ଷରୁ ଜାରି କରାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ନେଇ ହୋଇଥିବା ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏସ୍‌ଓପି ଜାରି ନେଇ ନିଷ୍ପତ୍ତି ହୋଇଛି।

ବ୍ଲକ ଓ ଜିଲ୍ଲା କୃଷି ଅଧିକାରୀ ଏହି ଏସ୍‌ଓପିକୁ ମନିଟରିଂ କରିବେ। କେଉଁ ଅଞ୍ଚଳକୁ ପଙ୍ଗପାଳ ପଶିଲେ ସେନେଇ ସର୍ଭେ କରିବେ। ସର୍ଭେ କରିବା ପରେ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ ନିଆଯିବ।

ତେବେ ପଙ୍ଗପାଳ ଓଡ଼ିଶା ଆସିବେ କି ନାହିଁ ମୌସୁମୀ ପବନ ଉପରେ ନିର୍ଭର କରେ। ତଥାପି ଆମେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ବୋଲି କୃଷି ନିର୍ଦ୍ଦେଶକ କହିଛନ୍ତି। ଏଥିପାଇଁ ଜିଲ୍ଲାର କୃଷି ଅଧିକାରୀମାନଙ୍କୁ ସଚେତନ କରାଯାଇଛି।

Comment