ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟତଃ ବିଶ୍ୱର ସବୁ ଦେଶରେ ବିମାନବନ୍ଦର ଥିବ ବୋଲି ସମସ୍ତେ ଭାବୁଥିବେ। କିନ୍ତୁ ନା, ଏବେ ବି ଏମିତି କିଛି ଦେଶ ଅଛି ଯେଉଁଠି ବିମାନବନ୍ଦର ଦେଖିବାକୁ ମିଳେ ନାହିଁ।

ଏହି ଲିଷ୍ଟରେ ପ୍ରଥମେ ରହିଛି ୟୁରୋପର ଅଣ୍ଡୋରା ନାମକ ଏକ ଛୋଟ ଦେଶ। ଏହି ଦେଶ କୌଣସି ପ୍ରକାର ଏୟାରପୋର୍ଟର ସୁବିଧା ନାହିଁ। ତେବେ ଏହି ଦେଶରେ କେବଳ ତିନୋଟି ବେସରକାରୀ ହେଲିପ୍ୟାଡ୍ ରହିଛି।ସେହିଭଳି ୟୁରୋପର ଆଉ ଏକ ଦେଶର ନାଁ ହେଉଛି ମୋନାକୋ। ଏହି ଦେଶରେ ମଧ୍ୟ କୌଣସି ବିମାନବନ୍ଦର ନାହିଁ। ଦୁନିଆରେ ଏହି ଦେଶକୁ ଦ୍ୱିତୀୟ ସୁବୁଠୁ କ୍ଷୁଦ୍ର ଦେଶ ବୋଲି କୁହାଯାଇଥାଏ। ଏଥିସହ ୟୁରୋପର ସେନ୍ ମୈରିନୋ, ଭାଟିକାନ୍ ସିଟିରେ ମଧ୍ୟ କୌଣସି ପ୍ରକାର ବିମାନବନ୍ଦର ଦେଖିବାକୁ ମିଳିନଥାଏ। ଏଠାକାର ଲୋକମାନେ ବିମାନ ସେବା ପାଇଁ ଅନ୍ୟ ଦେଶ ଉପରେ ଭରସା କରିଥାନ୍ତି।

Comment