ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଯୋଗୁଁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାରରେ ପହଞ୍ଚିଛି। ଏଥି ମଧ୍ୟରୁ କେବଳ ୟୁରୋପ ମହାଦେଶରେ ମୃତକଙ୍କ ସଂଖ୍ୟା ଲକ୍ଷେରୁ ଅଧିକ। ୧୯୩ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏପ୍ରିଲ ୨୦ ସନ୍ଧ୍ୟା ସୁଦ୍ଧା ୨୫ ଲକ୍ଷ ୫୦ ହଜାରରେ ଆସି ପହଞ୍ଚିଛି। ଚିନ୍ତାର କାରଣ ଏହି ଯେ, ଅଧିକାଂଶ ଦେଶରେ ରୋଗୀର ଲକ୍ଷଣକୁ ଦେଖି ହିଁ ପରୀକ୍ଷା କରାଯାଉଛି। ଏହି ସ୍ଥିତିରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ୟୁରୋପରେ ଏଯାଏଁ ଲକ୍ଷେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଇଟାଲୀରେ ସର୍ବାଧିକ ଲୋକ ମରିଛନ୍ତି। ତା’ ପଛକୁ ରହିଛି ସ୍ପେନ। ଫ୍ରାନ୍ସରେ ମଧ୍ୟ ବେଶ ଲୋକଙ୍କ ମୃତ୍ୟୁ ଘଟିଛି।

ତେଣେ ଆମେରିକାରେ ମଧ୍ୟ କରୋନା ତାଣ୍ଡବ ରଚାଇ ଚାଲିଛି। ସେଠି ୪୨ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୮ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି।

Comment