ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ଲୋକେ ଚମକ୍ରାର ବୋଲି କହିଥାନ୍ତି। କିନ୍ତୁ ଏହା ଏକ ପ୍ରାକୃତିକ ଘଟଣା ବି ହୋଇଥାଇପାରେ। ୟୁରୋପରେ ଅଜବ ଘଟଣା ସାମ୍ନାକୁ ଆସିଛି। ବଲନାକର ଡିନୋସା ଅଞ୍ଚଳରେ ମୋଣ୍ଟୋନେଗ୍ରୋ ନାମକ ଏକ ଗଛରୁ ଦିନରାତି ପାଣି ଝରୁଛି।

ଏହା ଏକ ଦୁର୍ଲଭ ପ୍ରାକୃତିକ ଘଟଣା ଅଟେ, ଯାହା ପ୍ରତିବର୍ଷ ବର୍ଷାଦିନ ପରେ ହୋଇଥାଏ। ଏହି ଗଛରୁ ଝରଣା ଭଳି ପାଣି ବାହାରିବାର କାରଣ ହେଉଛି, ବର୍ଷାଦିନେ ଯେତେବେଳେ ଜମିରେ ନିର୍ଦ୍ଧାରିତ ଠାରୁ ଅଧିକ ପରିମାଣର ପାଣି ଜମିଯାଏ ସେତେବେଳେ ଏହି ଗଛ ଦେଇ ପାଣି ବାହାରି ଆସିଥାଏ। ଯେଉଁ ଜମିରେ ଏହି ଗଛଟି ଅଛି ତାହାର ତଳେ ନଦୀ ପ୍ରବାହିତ ରହିଛି। ଏହି କାରଣରୁ ନଦୀରେ ପାଣି ଅଧିକା ହେବା ପରେ ଗଛ ମଧ୍ୟ ଦେଇ ପାଣି ବାହାରକୁ  ଆସି ଯାଇଥାଏ।

Comment