ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟଙ୍କର ବାତ୍ୟା ‘ଫନି’ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବ୍ୟାପକ ଗଛ ନଷ୍ଟ କରିଛି। ନୂଆ କରି ରୋପଣ କରାଯାଇଥିବା ଚାରା, ୨୦ଟି ଜଙ୍ଗଲର ଭିତ୍ତିଭୂମି ଓ ବନ୍ୟପ୍ରାଣୀ ଶାଖାରେ ବ୍ୟାପକ କ୍ଷୟକ୍ଷତି କରିଥିବା ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଜଙ୍ଗଲ ଏବଂ ଅଭୟାରଣ୍ୟ ଭିତରେ ୯ ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗାଁ ଏବଂ ସହରାଞ୍ଚଳରେ ୫ ଲକ୍ଷ ଗଛ ଉପୁଡ଼ି ପଡ଼ିଛି। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଅନୁମାନ କରିଛି।

ବନୀକରଣ ନିମନ୍ତେ ରହିଥିବା ୮ ଲକ୍ଷ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏହାର ମୂଲ୍ୟ ୩୯ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମୋଟ କ୍ଷୟକ୍ଷତିର ପରିମାଣ ୫୩୭.୮୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Comment