ଓଡ଼ିଶାଲାଇଭ୍ ବ୍ୟୁରୋ 

ନୟାଗଡ଼ରେ ପୁଣି ୬୦ ଜଣ ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭୭୯ରେ ପହଞ୍ଚିଛି। ଅଗଷ୍ଟ ୫ ତାରିଖର ସମସ୍ତ ୬୦ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସରକାରୀ ରିପୋର୍ଟ ଅନୁଯାୟୀ ଆକ୍ରାନ୍ତଙ୍କ ସୁସ୍ଥତା ହାର ୬୪.୨୬ ରହିଛି।

ଗତ ଦୁଇ ଦିନରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୦୦ ହୋଇଛି। ଫଳରେ ରଣପୁର, ଓଡ଼ଗାଁ, ନୟାଗଡ଼ ଏବଂ ଦଶପଲ୍ଲା ବ୍ଲକ ଅଞ୍ଚଳର ୧୦ରୁ ଅଧିକ ଗାଁକୁ କଣ୍ଟେନମେଣ୍ଟ କରାଯାଇଛି। ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯିବା ଫଳରେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା କମିଛି।

କରୋନା ମୁକାବିଲା ସେବାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବାକୁ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଛି। ଜିଲ୍ଲାପାଳ ଡାକ୍ତର ପୋମା ଟୁଡ଼ୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜିତା ବିଶ୍ୱାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ନୀରବ ପ୍ରାର୍ଥନା କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଥିଲା।

Comment